ETV Bharat / bharat

ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ରାଜ୍ୟପାଳ - ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର ବିଧାନ ପରିଷଦର ନଅଟି ଖାଲି ଆସନ ପାଇଁ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ରାଜ୍ୟପାଳ ବି.ଏସ୍ କୋଶ୍ୟାରି।

_election commission
ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ରାଜ୍ୟପାଳ
author img

By

Published : May 1, 2020, 10:17 AM IST

ମୁମ୍ବାଇ: ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ରାଜ୍ୟପାଳ । ମହାରାଷ୍ଟ୍ର ବିଧାନ ପରିଷଦର ନଅଟି ଖାଲି ଆସନ ପାଇଁ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ରାଜ୍ୟପାଳ ବି.ଏସ୍ କୋଶ୍ୟାରି।

ସୂଚନା ଅନୁଯାୟୀ, ଗତ 24 ଏପ୍ରିଲରେ ମହାରାଷ୍ଟ୍ରରେ ନଅଟି ବିଧାନ ପରିଷଦ ଆସନ ଖାଲି ହୋଇଯାଇଛି । କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, କେନ୍ଦ୍ର ସରକାର ଲକଡାଉନରେ ସାମାନ୍ୟ ଛାଡ ଦେଇଛନ୍ତି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ଗୃହର ସଦସ୍ୟ ନୁହଁନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବାକୁ ହେଲେ ଆସନ୍ତା 27 ତାରିଖ ସୁଦ୍ଧା ସେ ଗୃହର ସଦସ୍ୟ ହେବା ଆବଶ୍ୟକ।

ସେହିପରି ଗତ ଗୁରୁବାର ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି । ଯେଉଁଥିରେ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ବିଧାନ ପରିଷଦ (ଏମଏଲସି) ର ସଦସ୍ୟ ଭାବରେ ନିଯୁକ୍ତ କରିବା ପ୍ରସ୍ତାବ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.