ସିମଲା: ହିମାଚଳପ୍ରେଦେଶରେ ଏବେବି ଜାରି ରହିଛି ପ୍ରବଳ ତୁଷାରପାତ । ହିମ ଚାଦରରେ ସଜେଇ ହୋଇଛି ସମ୍ପୂର୍ଣ୍ଣ ପର୍ବତୀ ନଗରୀ । ତେବେ ରାସ୍ତାରେ ଏତେ ମାତ୍ରାରେ ବରଫ ଜମା ହୋଇ ରହିଛିଯେ, ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏହି ସୁନ୍ଦର ମୁହୂର୍ତ୍ତର ଖୁବ ମଜା ଉଠାଉଛନ୍ତି ପର୍ଯ୍ୟଟକ ।
ତେବେ ପ୍ରଦେଶରେ ଏତେ ମାତ୍ରାର ବରଫପାତ ଯୋଗୁଁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଲାହୌଲ ସ୍ପିତ ଜିଲ୍ଲା ଅନ୍ତର୍ଗତ କୋକସାର ଠାରୁ ରୋହତାଙ୍ଗ ପର୍ଯ୍ୟନ୍ତ 3 ନମ୍ବର ଜାତୀୟ ରାଜପଥରେ ବରଫର ପାହାଡ ସୃଷ୍ଟି ହୋଇଛି । ଯାହାକୁ ନେଇ ବର୍ଡର ରୋଡସ ଅରଗାନାଇଜେସନ(BRO) ରାସ୍ତାରୁ ବରଫ ଉଠାଇଛନ୍ତି । ଯାହାଦ୍ବାରା କିଛି ବାଟ ପର୍ଯ୍ୟନ୍ତ ରାସ୍ତାରେ ଯିବା ଆସିବା ସମ୍ଭବପର ହୋଇପାରିଛି ।