ETV Bharat / bharat

କର୍ଣ୍ଣାଟକ କରୁଛି କୋରୋନା ମୁକାବିଲା, ପ୍ରଶଂସା କଲେ ବ୍ରିଟିଶ ମନ୍ତ୍ରୀ - କର୍ଣ୍ଣାଟକ କରୁଛି କୋରୋନା ମୁକାବିଲା

ଲର୍ଡ ଚାନ୍ସେଲର ତଥା ନ୍ୟାୟ ବିଭାଗର ସଚିବ ରବର୍ଟ ବକଲ୍ୟାଣ୍ଡ ରବିବାର ଦିନ ଇଂଲଣ୍ଡରେ ରହୁଥିବା କନ୍ନଡବାସୀଙ୍କ ସହ ଆୟୋଜିତ ଏକ ଭିଡିଓ କନଫରେନ୍ସରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କର୍ଣ୍ଣାଟକ କରୁଛି କୋରୋନା ମୁକାବିଲା,  ପ୍ରଶଂସା କଲେ ବ୍ରିଟିସ ମନ୍ତ୍ରୀ

author img

By

Published : Apr 27, 2020, 12:00 PM IST

ବେଙ୍ଗାଲୁରୁ: କୋରୋନା ସଂକ୍ରମଣ ରୋକିବାକୁ ପ୍ରତ୍ୟେକ ରାଜ୍ୟ ଉନ୍ନତ ମୂଳକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଲକଡାଉନ କରାଯିବା ସହ ଏହାକୁ ଠିକ ଭାବରେ ତଦାରଖ ମଧ୍ୟ କରାଯାଉଛି । ତେବେ କର୍ଣ୍ଣାଟକରେ ଲକଡାଉନକୁ ଯେଉଁଭଳି ଭାବରେ ଲାଗୁ କରାଯାଇଛି, ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ଏହିଭଳି କିଛି ପ୍ରଭାବଶାଳୀ କାର୍ଯ୍ୟକୁ ନେଇ ପ୍ରଶଂସା କରିଛନ୍ତି ବ୍ରିଟିଶ ମନ୍ତ୍ରୀ ।

ଲର୍ଡ ଚାନ୍ସେଲର ତଥା ନ୍ୟାୟ ବିଭାଗର ସଚିବ ରବର୍ଟ ବକଲ୍ୟାଣ୍ଡ ରବିବାର ଦିନ ଇଂଲଣ୍ଡରେ ରହୁଥିବା କନ୍ନଡବାସୀଙ୍କ ସହ ଆୟୋଜିତ ଏକ ଭିଡିଓ କନଫରେନ୍ସରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ବକଲ୍ୟାଣ୍ଡ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ଭାରତରେ ବିଶେଷ କରି କର୍ଣ୍ଣାଟକରେ ଏହି ରୋଗର ନିୟନ୍ତ୍ରଣ ବିଷୟରେ ସୂଚନା ମାଗିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ପଷ୍ଟ କରିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦ୍ବାରା ତାଲାବନ୍ଦ ପ୍ରଭାବଶାଳୀ ହୋଇପାରିବ । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟାୟ କ୍ରମେ କିମ୍ବା ଗ୍ରେଡ୍ ଅନୁସାରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାପରେ ସେ ଜାଣିବାକୁ ପାଇଥିଲେ ଯେ, ଗ୍ରାମାଞ୍ଚଳରେ କୋଭିଡ-19 ସ୍ପର୍ଶ ମଧ୍ୟ କରିପାରିନାହିଁ । ଯାହା ଜାଣି ବକଲ୍ୟାଣ୍ଡ ଆଶ୍ଚର୍ଯ୍ୟ ହୋଇଥିଲେ ।

ବିଦେଶରେ ରହୁଥିବା କନ୍ନଡବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ଯେ ସେମାନେ ନିଜ ପରିବାର ବିଷୟରେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଆଯାଉଛି । ଚିକିତ୍ସା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ସେମାନେ ହେଲ୍ପଲାଇନ ନମ୍ବର ସହିତ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି । ଏହାସହ ପରିସ୍ଥିତି ସ୍ବାଭାବିକ ହେଲେ ବିଦଶରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଋଣ ପରିଶୋଧ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.