ETV Bharat / bharat

ମେହେନ୍ଦୀରେ ରହିଛି ଅନେକ ଔଷଧୀୟ ଗୁଣ... - Mehndi cure skin disease

ପରିବର୍ତ୍ତନ ଜୀବନଶୈଳୀର ସମସ୍ତ ପ୍ରଭାବ ଶରୀର ଉପରେ ପଡିଥାଏ । ଖାଦ୍ୟପେୟରେ ଅନିୟମିତତା ଶରୀରରେ ଷ୍ଟୋନ କରିଥାଏ । ଏନେଇ ମେହେନ୍ଦୀ ଏକ ସଞ୍ଜିବନୀ ସଦୃଶ । ତେବେ ଆସନ୍ତୁ ଜାଣିବା ମେହେନ୍ଦୀର ଉପକାରିତା ବିଷୟରେ...

Mehndi has many benefits
ମେହେନ୍ଦୀର ଔଷଧୀୟ ଗୁଣ,ଜାଣିଲେ ଆଶ୍ଚର୍ଯ୍ୟ ରହିଯିବେ...
author img

By

Published : Feb 16, 2020, 1:33 PM IST

ବିଭିନ୍ନ ପର୍ବପର୍ବାଣୀ ଓ ଉତ୍ସବରେ ମେହେନ୍ଦୀ ଝିଅ ବୋହୂଙ୍କ ହାତରେ ଲାଗିବାର ଦେଖାଯାଏ । ଅଳଙ୍କାର ଯେପରି ନାରୀର ଆଭୂଷଣ ଅଟେ ସେହିପରି ମେହେନ୍ଦୀ ମଧ୍ୟ ନାରୀର ଗୋଟିଏ ଅଭିନ୍ନ ଅଂଶ ଅଟେ । ମେହେନ୍ଦୀ ବିନା ରୀତିନୀତି ଅଧୁରା ରହିଯାଏ । କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମେହେନ୍ଦୀର ବ୍ୟବହାର କରାଯାଏ ।

ମେହେନ୍ଦୀର ବ୍ୟବହାର ଦ୍ବାରା କେବଳ କେଶ ସୁସ୍ଥ ନୁହେଁ ବରଂ ଶରୀର ମଧ୍ୟ ସୁସ୍ଥ ରହିଥାଏ ବୋଲି ଜଣାପଡିଛି । ତ୍ବଚା ଜନିତ ବିଭିନ୍ନ ରୋଗରୁ ମେହେନ୍ଦୀ ରକ୍ଷା କରିଥାଏ । ମେହେନ୍ଦୀ ପତ୍ରରେ ବିଭିନ୍ନ ଔଷଧୀୟ ଗୁଣ ରହିଥାଏ । ଏଥିରେ ଥିବା ବିଭିନ୍ନ ଉପାଦାନ ଗୁଡିକ ହେଲେ ଟାନିନ, ଭାସୋନ,ମାଲିକ ଏସିଡ୍, ଗ୍ଲୁକୋଜ,ମାଲିଟୋଲ ଓ ମ୍ୟୁସିଲେଜ । ତେବେ ଆସନ୍ତୁ ଜାଣିବା ମେହେନ୍ଦୀର ଉପକାରିତା ବିଷୟରେ...

Mehndi has many benefits
ମେହେନ୍ଦୀର ଔଷଧୀୟ ଗୁଣ,ଜାଣିଲେ ଆଶ୍ଚର୍ଯ୍ୟ ରହିଯିବେ...

ରୂପି ସମସ୍ୟା ଦୂର

ମେହିନ୍ଦୀ ବ୍ୟବହାର ଦ୍ବାରା ରୂପି ସମସ୍ୟା ଦୂର ହୋଇଥାଏ । ବର୍ତ୍ତମାନ ସମୟରେ କେଶ ସମସ୍ୟା ଦୂର ପାଇଁ ବିଭିନ୍ନ ପ୍ରଡକ୍ଟ ମାର୍କେଟ ମିଳୁଛି । ହେଲେ ଏହା କେବଳ ପଇସା ଟାଣିବା ସହ କୌଣସି ଉପକାରିତା ମିଳିନଥାଏ । ତେବେ ଏହାର ଏକମାତ୍ର ସଲ୍ୟୁସନ ହେଉଛି ମେହେନ୍ଦୀ । ମୁଣ୍ଡର ଖପୁରୀରେ କୁଣ୍ଡେଇ ହେଉଥିଲେ ମେହେନ୍ଦୀ ରକ୍ଷା କରିଥାଏ । ସେହିପରି ଲେମ୍ବୁରସ,ଦହି,ହେନାକୁ ମିଶାଇ କେଶରେ ଲଗାନ୍ତୁ ସମସ୍ତ ସମସ୍ୟା ଦୂର ହୋଇଯିବ । ଏହିପରି ଭାବେ ପ୍ରତ୍ୟେକ ସପ୍ତାହରେ କରନ୍ତୁ ।

ଚର୍ମ ସମସ୍ୟା

ସାଧାରଣତଃ କମ ବୟସରେ ଚର୍ମ ସମସ୍ୟା ଦେଖାଦେଇଥାଏ । ହେଲେ ମେହେନ୍ଦୀ ବ୍ୟବହାର ଦ୍ବାରା ଚର୍ମ ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ମେହେନ୍ଦୀରେ ପ୍ରଚୁର ପରିମାଣର ଟାନିନ,ହେନୋଟାନିକ ରହିଥାଏ । ଯାହା ଡେଡ୍ ସେଲକୁ ସ୍କିନରୁ ହଟାଇଥାଏ । ଏନେଇ ଆପଣ ହେନା ଗଛର ବକଳକୁ ପାଣିରେ ପକାଇ ମଧ୍ୟ ପିଇ ପାରିବେ । ଏହି ସମୟରେ ଭୁଲରେ ବି ସାବୁନ ବ୍ୟବହାର କରିବେ ନାହିଁ ।

କୀଡନୀରେ ଷ୍ଟୋନ ହୋଇନଥାଏ

ପରିବର୍ତ୍ତନ ଜୀବନଶୈଳୀର ସମସ୍ତ ପ୍ରଭାବ ଶରୀର ଉପରେ ପଡିଥାଏ । ଖାଦ୍ୟପେୟରେ ଅନିୟମିତତା ଶରୀରରେ ଷ୍ଟୋନ କରିଥାଏ । ଏନେଇ ମେହେନ୍ଦୀ ଏକ ସଞ୍ଜୀବନି ସଦୃଶ । ଏଥିରେ ମ୍ୟାଲିକ ଏସିଡ୍ ଥିବାରୁ ଶରୀରରେ ଷ୍ଟୋନ ହେବାକୁ ଦେଇନଥାଏ । ଏନେଇ 50 ଗ୍ରାମ ମେହେନ୍ଦୀ ପତ୍ରକୁ ବାଟି ଅଧ ଲିଟର ପାଣିରେ ମିଶାନ୍ତୁ । ଏହାପରେ କିଛି ସମୟ ପାଇଁ ଗରମ କରନ୍ତୁ । ଥଣ୍ଡା ହେଲା ପରେ ଏହାକୁ ପିଅନ୍ତୁ ।

ଯନ୍ତ୍ରଣାରୁ ଉପଶମ

କୌଣସି ସ୍ଥାନରେ ଯନ୍ତ୍ରଣା ହେଉଥିଲେ ସେ ସ୍ଥାନରେ ମେହେନ୍ଦୀ ପତ୍ରକୁ ବାଟିକି ଲଗାନ୍ତୁ । ଏହାଦ୍ବାରା ପୋଡାଜଳା, ଫୁଲାରୁ ମୁକ୍ତି ମିଳିଥାଏ ।

ପେଟ ଯନ୍ତ୍ରଣାରୁ ମୁକ୍ତି

ପେଟ ସମସ୍ୟା ପାଇଁ ଅନେକ ଯନ୍ତ୍ରଣା ଦେଖାଦେଇଥାଏ । ତେବେ ମେହେନ୍ଦୀରେ ଥିବା ବିଭିନ୍ନ ଉପାଦାନ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.