ETV Bharat / bharat

ବିଶ୍ବର ଅର୍ଥନୀତିକୁ ସୁଦୃଢ କରିବାକୁ ବ୍ରିକ୍ସର ପ୍ରୟାସ

ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି ବ୍ରିକ୍ସ ସମ୍ମିଳନୀ । କୋଭିଡ-19 କାରଣରୁ ବିଶ୍ବରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟର ନିରାକରଣ ପାଇଁ ବ୍ରିକ୍ସ ଦେଶ ଗୁଡିକ 15 ବିଲିୟନ ଡଲାରର ଲୋନ୍ ଦେବା ପାଇଁ ସ୍ଥିର କରିଛନ୍ତି ।

BRICS Nations
ବିଶ୍ବର ଅର୍ଥନୀତିକୁ ସୁଦୃଢ କରିବାକୁ ବ୍ରିକ୍ସର ପ୍ରୟାସ
author img

By

Published : Apr 30, 2020, 6:35 PM IST

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି ବ୍ରିକ୍ସ ସମ୍ମିଳନୀ । କୋଭିଡ-19 କାରଣରୁ ବିଶ୍ବରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟର ନିରାକରଣ ପାଇଁ ବ୍ରିକ୍ସ ଦେଶ ଗୁଡିକ 15 ବିଲିୟନ ଡଲାରର ଲୋନ୍ ଦେବା ପାଇଁ ସ୍ଥିର କରିଛନ୍ତି । ଭାରତ ସମେତ ବ୍ରାଜିଲ୍, ରୁଷ୍, ଚୀନ୍, ଦକ୍ଷିଣ ଆଫ୍ରିକାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ମଙ୍ଗଳବାର ବ୍ରିକ୍ସ ଦେଶର ପ୍ରତିନିଧିଙ୍କ ସହ ଏକ ବୈଠକ ପରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏହି ଘୋଷଣା କରିଛନ୍ତି । ଅର୍ଥନୀତି ଉପରେ ମହାମାରୀର ପ୍ରଭାବକୁ ହ୍ରାସ କରିବା ପାଇଁ ଭାରତ ମଧ୍ୟ ଦୃଢ ଉଦ୍ୟମ କରୁଛି ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରଗୁଡିକରେ ଅର୍ଥନୈତିକ କାର୍ଯ୍ୟକଳାପ ନେଗେଟିଭ୍ ପ୍ରଭାବ ପକାଇଛି । ଅନେକ ଚାକିରୀ ଓ ଜୀବିକା ହରାଇଛନ୍ତି। ବ୍ୟବସାୟ ଏବଂ ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କୁ ସମର୍ଥନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ବ୍ରିକ୍ସ ଦେଶ ମିଳିତ ଭାବରେ ବିଶ୍ବର ଜନସଂଖ୍ୟାର ପ୍ରାୟ 42 ପ୍ରତିଶତର ପ୍ରତିନିଧିତ୍ବ କରନ୍ତି । ଭାରତୀୟ ଅଧିକାରୀଙ୍କ ଅନୁଯାୟୀ, ବିଶ୍ବ ଅର୍ଥନୀତି ଏବଂ ରାଜନୈତିକ ଗଠନରେ ଦେଶମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆୟୁର୍ବେଦ ଏବଂ ଯୋଗ ଭଳି ପାରମ୍ପାରିକ ଔଷଧର ବ୍ୟବହାର କରିବାକୁ ଭାରତ ଅନ୍ୟ ବ୍ରିକ୍ସ ଦେଶଗୁଡିକୁ ମଧ୍ୟ କହିଛି ।

ଅନ୍ୟପକ୍ଷେ କୋରୋନା ସଂକ୍ରମଣକୁ ଲୁଚାଉଥିବା ଚୀନ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ । ଏହାର କୌଣସି ସତ୍ୟତା ନଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.