ETV Bharat / bharat

ଶତ୍ରୃ ହେବେ ଧରାଶାୟୀ, ଆହୁରି ଶକ୍ତିଶାଳୀ ହେବ ସୁଖୋଇ

ଆହୁରି ଶକ୍ତିଶାଳୀ ହେବ ସୁଖୋଇ । ଖୁବଶୀଘ୍ର 40ଟି ସୁଖୋଇ ଲଢୁଆ ବିମାନରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଖଞ୍ଜିବା ପକ୍ରିୟା ଦ୍ରୃତ ଗତିରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

author img

By

Published : Jun 9, 2019, 11:36 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଲଢୁଆ ବିମାନ ହେବ ଆହୁରି ଶକ୍ତିଶାଳୀ । ଖୁବଶୀଘ୍ର 40ଟି ସୁଖୋଇ ଲଢୁଆ ବିମାନରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଖଞ୍ଜିବା ପକ୍ରିୟା ଦ୍ରୃତ ଗତିରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ସରକାରୀ କମ୍ପାନୀ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ( ଏଚଏଏଲ) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍( ବିଏପିଏଲ) ଏହି କାର୍ଯ୍ୟଭାର ତୁଲାଉଛନ୍ତି । ଆସନ୍ତା 2020 ସୁଦ୍ଧା ଏହାକୁ ଲାଗୁ କରିବାକୁ କମ୍ପାନୀ ଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, ଏହି ରଣନୈତିକ ପରିଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ବାୟୁସେନା ଯୁଦ୍ଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା । ତେଣୁ ଗତ 2016ରେ ସାରା ଦୁନିଆରୁ 40ଟି ସୁଖୋଇ ବିମାନରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଖଞ୍ଜିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ 2017 ଶେଷ ବେଳକୁ ଯୋଜନାକୁ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏହାର କାର୍ଯ୍ୟ ବର୍ତ୍ତମାନ ଧିମେଇ ଯାଇଛି । ବର୍ତ୍ତମାନ ଏହି ଯୋଜନାକୁ ଗୁରୁତ୍ବ ଦେଉଛନ୍ତି ସରକାର ।

Intro:ଆଉ ହେବନି ଗୋମାତାର ହତ୍ୟା, ଲୋକମାନେ ଗୋମାତାକୁ ଆଉ ବିକିବେ ନାହିଁ। ସେଥିପାଇଁ ଗୋମୂତ୍ରର ଉପକାର ବିଷୟରେ ଚାଲିଛି ପରୀକ୍ଷଣ। ଲୋକମାନେ ଗୋମାତାକୁ ବିକିବେ ନାହିଁ କି ଗୋମାତାର ହତ୍ୟା ମଧ୍ୟ କେହି କରିବେ ନାହିଁ। ଗ୍ରାମାଞ୍ଚଳର ବୁଡି ଯାଇଥିବା କୁଟୀର ଶିଳ୍ପକୁ ପୁଣି ଉଦ୍ଧାର କରାଯିବା ସହ ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୃଷ୍ଟି କରାଯିବ। ଏମିତି କିଛି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପଶୁ ସଂପଦ ଓ ଖୁଦ୍ର ଶିଳ୍ପ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ।

Body:ଆଜି ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ବାଲେଶ୍ୱର ଗସ୍ତରେ ଆସି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବା ଓ ମନ୍ତ୍ରୀପଦ ପାଇବା ପରେ ନିଜ ଅଞ୍ଚଳକୁ ପ୍ରଥମ ଗସ୍ତ କରିଥିଲେ ମନ୍ତ୍ରୀ। ଜିଲ୍ଲାର ସିମୁଳିଆ ଠାରେ ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ମନ୍ତ୍ରୀ ଶ୍ରୀ ସଡଙ୍ଗୀଙ୍କୁ ସ୍ୱାଗତ କରିଥିଲେ। ବାଲେଶ୍ୱରର କୁରୁଡ଼ା ଓଭରବ୍ରିଜ ନିକଟରେ ଜିଲ୍ଲା ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା।

Conclusion:ସେଠାରୁ ଏକ ବାଇକ ରାଲି କରି ମନ୍ତ୍ରୀଙ୍କୁ ସହରର ଗାନ୍ଧିସ୍ମୃତି ଭବନ ନିକଟକୁ ଅଣାଯାଇଥିଲା। ବିଜେପି କର୍ମୀ ତଥା ବିଭିନ୍ନ ସଂଗଠନ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସନ୍ଧ୍ୟାରେ ବାଲେଶ୍ୱର ବିକାଶ ଦିଗରେ ମନ୍ତ୍ରୀ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.