ନୂଆଦିଲ୍ଲୀ: ଲୋକସଭାରେ ଶୁକ୍ରବାର କୁପୋଷଣ ଦୂର କଣ ପଦକ୍ଷେପ କେନ୍ଦ୍ର ସରକାର ନେଇଛନ୍ତି କଣ କାର୍ଯ୍ୟକ୍ରମ ଚାଲିଛି ସେ ସଂପର୍କରେ ପ୍ରଶ୍ନ କରିଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । କେଉଁ ପ୍ରକାରର ମେକାନାଇଜିମ୍, କୋଡିନେସନ ଗ୍ରହଣ କରି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଅନ୍ୟ କେଉଁ ମନ୍ତ୍ରଣାଳୟ କୁପୋଷଣ ଦୂର ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ଜାଣିବା ପାଇଁ ଚାହିଁଥିଲେ ।
ଜବାବରେ ବିଭାଗୀୟ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ ଓଡିଶା ସରକାର କୁପୋଷଣ ଦୂର କରିବାରେ ଏଯାଏଁ ସଫଳ ହୋଇନାହାଁନ୍ତି । ଆମେ ଓଡିଶା ସରକାରଙ୍କ ସହିତ ଏ ଦିଗରେ କାର୍ଯ୍ୟ ଜାରି ରଖିଛୁ । ମୁଁ ଏହି ପ୍ରସଙ୍ଗରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରିସାରିଛି । କିପରି ଉଭୟ ସରକାର ମିଳିତ ଭାବେ କୁପୋଷଣ ଦୂର ଅଭିଯାନକୁ ସଫଳ ରୂପାୟନ କରିହେବ, ସେନେଇ ଆଲୋଚନା କରିଛି । ରାଜ୍ୟର ମହିଳା ଏବଂ ଶିଶୁଙ୍କୁ କିପରି ପୁଷ୍ଟିସାଧନ ମିଳିବ ସେନେଇ ଚାର୍ଟ ପ୍ରସ୍ତୁତ ହୋଇଛି ।
ସୌଜନ୍ୟ- ଲୋକସଭା