ETV Bharat / bharat

ବିହାର ନିର୍ବାଚନୀ ମୈଦାନରେ ଗଲୱାନ ଶହୀଦଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି - ବିହାର ନିର୍ବାଚନ

ବିହାରରେ ନିଜର ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଗଲୱାନ ଘାଟି ଏବଂ ପୁଲୱାମା ଆକ୍ରମଣରେ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଧିକ ପଢନ୍ତୁ...

ବିହାର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୋଦି

author img

By

Published : Oct 23, 2020, 1:08 PM IST

ପାଟନା: ବିହାର ନିର୍ବାଚନ ପାଇଁ ମାହୋଲ ସରଗରମ। ଏହି କ୍ରମରେ ଶୁକ୍ରବାର ବିହାର ପ୍ରଚାର ମୈଦାନକୁ ଲମ୍ପ ମାରିଛନ୍ତି ନରେନ୍ଦ୍ର ମୋଦି । ବିହାରରେ ନିଜର ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଗଲୱାନ ଘାଟି ଏବଂ ପୁଲୱାମା ଆକ୍ରମଣରେ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏଥିସହ ସାସାରାମ ରାଲିକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ମାତାର ମୁଣ୍ଡକୁ ଉଚ୍ଚରେ ରଖିବା ପାଇଁ ବିହାରର ପୁଅମାନେ ଗଲୱାନ ଘାଟିରେ ପ୍ରାଣ ହରାଇଥିଲେ । ମୁଁ ସେମାନଙ୍କ ପାଦତଳେ ମୁଣ୍ଡ ନୁଆଁଇ ସମ୍ମାନ ଦେଉଛି।

ଏଥିସହ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପସ୍ଥିତିରେ ସାସାରାମ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତଙ୍କ ହୃଦୟ ବିହାର, ଭାରତର ସମ୍ମାନ ଓ ଗର୍ବ ବିହାର, ଭାରତର ସଂସ୍କୃତି ବିହାର, ବିହାର ହେଉଛି ସ୍ୱାଧୀନତାର ଆହ୍ବାନ, ସମ୍ପୂର୍ଣ୍ଣ କ୍ରାନ୍ତି (ସମ୍ପୂର୍ଣ୍ଣ ବିପ୍ଳବ) ଆହ୍ବାନ ବିହାର । ଦେଶର ସୁରକ୍ଷା କିମ୍ବା ବିକାଶ ପାଇଁ ବିହାରର ଲୋକମାନେ ସର୍ବଦା ଆଗରେ ରହିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ଭୋଜପୁରୀରେ କହିଛନ୍ତି।

ରାଷ୍ଟ୍ରୀୟ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ)ର ବିଜୟ ନିଶ୍ଚିତ କରିବାକୁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ବିହାରର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧୀନରେ ରାଜ୍ୟ କିପରି ଦୁର୍ଦ୍ଦିନରେ ଦିନ କାଟିଛି ତାହା ବର୍ଣ୍ଣନା କରିଛନ୍ତି। ଏହି ରାଲିରେ ରାଜ୍ୟରେ କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମୟାନୁବର୍ତ୍ତୀ ତଥା ଦ୍ରୁତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.