ETV Bharat / bharat

ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କୋରୋନାକୁ କରନ୍ତୁ ବାଏ ବାଏ

author img

By

Published : Jun 23, 2020, 7:31 PM IST

ବର୍ତ୍ତମାନ ଦେଶ ତଥା ବିଶ୍ବରେ କୋରୋନା ସହିତ ଲଢେଇ ଜାରି ରଖିଛି । ପ୍ରତିଦିନ ହଜାର ହଜାର ନୂଆ କୋରୋନା ମାମଲା ସାମ୍ନାକୁ ଆସୁଛି । ଏହାକୁ ଏଡାଇବା ପାଇଁ ଆମକୁ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାକୁ ପଡିବ । ଅଧିକ ପଢନ୍ତୁ...

ସାବଧାନ, ଲକଡାଉନରେ ଓଜନ ବଢିଥିଲେ ହୋଇପାରେ କୋରୋନା !

ହାଇଦ୍ରାବାଦ: ଅନେକ ଅନୁସନ୍ଧାନରେ ଏହା ଦାବି କରାଯାଇଛି ଯେ, ଯେଉଁମାନଙ୍କର ଇମ୍ୟୁନିଟି ସିଷ୍ଟମ ସଠିକ୍ ରହିଥାଏ ସେମାନେ ସହଜରେ କୋରୋନା ଜୀବାଣୁ ସଂକ୍ରମଣ କରିପାରେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ କହିବୁ କାହାର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ରହିଛି ଏବଂ ଏହାକୁ ବଢାଇବା ପାଇଁ ଆପଣଙ୍କୁ କଣ କରିବା ଉଚିତ ।

ସୁସ୍ଥ ରହିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ ଅଟେ । ବର୍ତ୍ତମାନ ଦେଶ ତଥା ବିଶ୍ବରେ କୋରୋନା ସହିତ ଲଢେଇ ଜାରି ରଖିଛି । ପ୍ରତିଦିନ ହଜାର ହଜାର ନୂଆ କୋରୋନା ମାମଲା ସାମ୍ନାକୁ ଆସୁଛି । ଏହାକୁ ଏଡାଇବା ପାଇଁ ଆମକୁ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାକୁ ପଡିବ । ଖାଦ୍ୟ ଏବଂ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଦ୍ବାରା ହିଁ ଆମେ ଏହା କରିପାରିବା ।

ଅସୁସ୍ଥ ବ୍ୟକ୍ତି

କିଡନୀ, କର୍କଟ, ମଧୁମେହ, ହୃଦରୋଗରେ ପୀଡିତ ଲୋକମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ଜଣେ ସାଧାରଣ ବ୍ୟକ୍ତିଠାରୁ ଖୁବ୍ ଦୁର୍ବଳ ଥାଏ । ଆଉ ଏପରି ସମୟରେ ଏମାନଙ୍କୁ ନିଜର ବିଶେଷ ଯତ୍ନ ନେବା ଆବଶ୍ୟକ ।

60 ବର୍ଷରୁ ଉର୍ଦ୍ଧ୍ୱ

ମୁଖ୍ୟତଃ 60 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ । ଏହିପରି ଲୋକମାନେ ଏହି ସମୟରେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ | 60 ରୁ ଅଧିକ ବର୍ଷର ଲୋକଙ୍କ ପାଇଁ ଏହି ସମୟରେ ଘରେ ରହିବା ହିଁ ନିରାପଦ ଅଟେ ।

ଛୋଟ ପିଲା

ଛୋଟ ପିଲାଙ୍କର ରୋଗ ପ୍ରତିଷେଧକ ଶକ୍ତି ଦୁର୍ବଳ ଥାଏ । ଛୋଟ ପିଲାଙ୍କର ଶରୀରର ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ ଏହି ସମୟରେ ଛୋଟ ପିଲାମାନଙ୍କର ବିଶେଷ ଯତ୍ନ ନିଅନ୍ତୁ ।

ଏପରି ବଢାନ୍ତୁ ଇମ୍ୟୁନିଟି ସିଷ୍ଟମ

ଏରୋବିକ୍ସ ବ୍ୟାୟାମ କରନ୍ତୁ

ପ୍ରତିଦିନ ନିଜ ପାଇଁ କିଛି ସମୟ ବାହାର କରନ୍ତୁ ଏବଂ ଏରୋବିକ୍ସ ବ୍ୟାୟାମ କରନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିବ । ନିକଟରେ ହୋଇଥିବା ଅନେକ ଗବେଷଣା ଅନୁଯାୟୀ, ନିୟମିତ ବ୍ୟାୟାମ କରିବା ଦ୍ବାରା ଆମେ କୋରୋନାକୁ ଏଡାଯାଇପାରିବ ।

ଯୋଗ କରନ୍ତୁ

ଯୋଗ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ଅଟେ । କୋରୋନାରୁ ସୁରକ୍ଷିତ ରହିବା ପାଇଁ ଯୋଗକୁ ଆପଣଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ କରନ୍ତୁ । ନିୟମିତ ଯୋଗ ଅଭ୍ୟାସ କରି ଆମେ ବିଭିନ୍ନ ପ୍ରକାର ରୋଗକୁ ଏଡାଇ ଯାଇପାରିବା ।

ଯଥେଷ୍ଟ ନିଦ୍ରା ନିଅନ୍ତୁ

ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ଶୋଇବା ନିହାତି ଆବଶ୍ୟକ । ନିଦ୍ରାର ଅଭାବ ଆପଣଙ୍କୁ ଅସୁସ୍ଥ କରିବା ସହ କୋରୋନା ଜୀବାଣୁ ସଂକ୍ରମିତ କରାଇବାର ଆଶଙ୍କାଙ୍କୁ ବଢାଇଥାଏ ।

ଓଜନ ବଢିବାକୁ ଦିଅନ୍ତୁ ନାହିଁ

ଓଜନ ବୃଦ୍ଧି ହେତୁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ଓଜନ ବୃଦ୍ଧି ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଦୁର୍ବଳ କରିଥାଏ । ସୁସ୍ଥ ରହିବା ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବା ଜରୁରୀ ।

ଧୂମପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ

ଧୂମପାନ ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ରୋଗ ପ୍ରତିଷେଧକ ଶକ୍ତି ଦୁର୍ବଳ ରହିଥାଏ । ଏମାନଙ୍କୁ କୋରୋନା ଜୀବାଣୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ । ଯଦି ଆପଣ ମଧ୍ୟ ଏକ ସୁସ୍ଥ ଏବଂ ନିରୋଗ ରହିବାକୁ ଚାହୁଁଛଛନ୍ତି ତେବେ ଧୂମପାନ ଏବଂ ମଦ୍ୟପାନ ବନ୍ଦ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.