ETV Bharat / bharat

ଅର୍ଣ୍ଣବଙ୍କୁ ବମ୍ବେ ହାଇକୋର୍ଟଙ୍କ ଝଟକା, ଅନ୍ତରୀଣ ଜାମିନ ଯାଚିକା ଖାରଜ

author img

By

Published : Nov 9, 2020, 3:31 PM IST

Updated : Nov 9, 2020, 3:45 PM IST

ବମ୍ବେ ହାଇକୋର୍ଟ ସାମ୍ବାଦିକ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଯାଚିକା ଖାରଜ କରିଦେଇଛନ୍ତି । ତେବେ ଅର୍ଣ୍ଣବଙ୍କୁ ଗିରଫ ପରେ 14 ଦିନିଆ ନ୍ୟାୟିକ ହେପାଜତରେ ପଠାଇଥିଲେ କୋର୍ଟ । ଅଧିକ ପଢନ୍ତୁ...

ବମ୍ବେ ହାଇକୋର୍ଟରୁ ଅର୍ଣ୍ଣବଙ୍କୁ ଝଟକା, ଖାରଜ ହେଲା ଅନ୍ତରୀଣ ଜାମିନ ଯାଚିକା

ମୁମ୍ବାଇ: ଇଣ୍ଟେରିଅର୍ ଡିଜାଇନର ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ ଝଟକା ମିଳିଛି । ହୋଇକୋର୍ଟ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଯାଚିକା ଖାରଜ କରିଦେଇଛନ୍ତି । ଅର୍ଣ୍ଣବଙ୍କୁ ଗିରଫ ପରେ 14 ଦିନିଆ ନ୍ୟାୟିକ ହେପାଜତରେ ପଠାଇଥିଲେ କୋର୍ଟ ।

ଅନ୍ତରୀଣ ଜାମିନ ପାଇବା ପାଇଁ ତଳ କୋର୍ଟରେ ଆବେଦନ କରିବାକୁ କହିଛନ୍ତି ବମ୍ବେ ହାଇକୋର୍ଟ । ଶନିବାର ଜଷ୍ଟିସ ଏସ ସିନ୍ଦେ ଏବଂ ଜଷ୍ଟିସ ଏମଏସ କାର୍ଣ୍ଣିକଙ୍କ ଏକ ବେଞ୍ଚ ଏହି ଆବେଦନ ଉପରେ ପୁରା ଦିନ ଶୁଣାଣି ପରେ ତୁରନ୍ତ ତତ୍କାଳ ଜାମିନ ଆବେଦନକୁ ଖାରଜ କରିବା ସହ ରାୟ ସଂରକ୍ଷଣ ରଖିଛନ୍ତି କୋର୍ଟ ।

ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ ଶେଖ ଏବଂ ନିତିଶ ସାରଦା ସେମାନଙ୍କ ବେଆଇନ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ଶନିବାର କୋର୍ଟ କହିଛନ୍ତି ଯେ ମାମଲା ବିଚାରାଧୀନ ନହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଜାମିନ ପାଇଁ ତଳ କୋର୍ଟକୁ ଯିବାରେ କୌଣସି ବାରଣ ନାହିଁ। ଯଦି ଏପରି ଆବେଦନ ଦାଖଲ କରାଯାଏ, ତେବେ ଆବେଦନ ଦାଖଲ ହେବାର ଚାରି ଦିନ ମଧ୍ୟରେ ସେସନ କୋର୍ଟ ଶୁଣାଣି କରିବେ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି ।

ରବିବାର ରାୟଗଡ ପୋଲିସ ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଲିବାଗ ସ୍କୁଲରୁ ଜିଲ୍ଲାର ତାଲୋଜା ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତର କରିଥିଲା । ନଭେମ୍ବର 4 ରେ ଗିରଫ ହେବା ପରଠାରୁ ଗୋସ୍ବାମୀଙ୍କୁ ସ୍କୁଲ ପରିସରରେ ରଖାଯାଇଥିଲା ।

ଆର୍କିଟେକ ଏବଂ ଇଣ୍ଟେରିଅର ଡିଜାଇନର ଅନଭୟ ନାଏକଙ୍କୁ ଆତ୍ମହତ୍ୟା କରିବା ପାଇଁ ଅର୍ଣ୍ଣବ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗିରଫ କରିଥିଲା ରାୟଗଡ ପୋଲିସ । ଅର୍ଣ୍ଣବଙ୍କୁ ମୁମ୍ବାଇ ସ୍ଥିତ ଲୋୟର ପରେଲ ସ୍ଥିତ ବାସଭବନରୁ ଜୋର ଜବରଦସ୍ତି ପୋଲିସ ଉଠାଇ ନେଇଥିଲା ।

ଅର୍ଣ୍ଣବଙ୍କୁ ଗିରଫ ପରେ ଅଲିବାଗର ଏକ ଅଦାଲତରେ ହାଜର କରାଯାଇଥିଲା । ତେବେ କୋର୍ଟ ନଭେମ୍ବର 18 ଯାଏଁ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇଦେଇିଲେ । ଗୋସ୍ବାମୀ ନିଜ ଗିରଫଦାରୀକୁ ଅବୈଧ ଦର୍ଶାଇ ହାଇକୋର୍ଟରେ ଏହା ବିରୋଧରେ ଏକ ମାମଲା ଦାଏର କରିଥିଲେ । ତେବେ ଜେଲ ପରିସରରେ ପୋଲିସ ତାଙ୍କ ସହ ମାରପିଟ କରିଥିବା ନେଇ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି ଅର୍ଣ୍ଣବ ।

Last Updated : Nov 9, 2020, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.