ETV Bharat / bharat

ସଂସଦରେ ଉଠିଲା ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌

author img

By

Published : Sep 14, 2020, 11:49 AM IST

ଆଜିଠୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଉଠିଲା ନିଶା ପ୍ରସଙ୍ଗ । ଅଧିକ ପଢନ୍ତୁ...

ସଂସଦରେ ଉଠିଲା ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌
ସଂସଦରେ ଉଠିଲା ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଉଠିଲା ନିଶା ପ୍ରସଙ୍ଗ । ବିଜେପି ସାଂସଦ ରବି କିଶାନ ଏହି ପ୍ରସଙ୍ଗ ଉଠାଇବା ସହ କିପରି ବଲିଉଡରେ ଡ୍ରଗ୍ସର ଚେର ଲମ୍ବିଛି ତାହା ଦର୍ଶାଇଛନ୍ତି । ଏହାସହ ଏନସିବି କିପରି ନିଶା କାରବାର ପାଇଁ ଗିରଫ ଜାରି ରଖିଛି ତାହା ମଧ୍ୟ ସେ ଦର୍ଶାଇଛନ୍ତି ।

ସଂସଦରେ ଉଠିଲା ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌

ଦେଶର ଯୁବପୀଢିଙ୍କୁ ପଡୋଶୀ ଦେଶଗୁଡିକ କିପରି ନିଶାଖୋର କରିବାକୁ ଚେଷ୍ଟା କରୁଛନ୍ତି ତାହା ଲୋକସଭାରେ ଉଠାଇବା ଅବସରରେ ସେ ଏହା କହିଛନ୍ତି । ଶୂନ୍ୟକାଳରେ ନିଜର ପ୍ରଶ୍ନ ରଖିବା ଅବସରରେ ସେ ଏପରି କହିଛନ୍ତି ।

ପାକିସ୍ତାନ ଓ ଚୀନ ଅନେକ ବର୍ଷ ହେବ ଭାରତର ଯୁବପୀଢିଙ୍କୁ ନିଶାଖୋର କରିବାକୁ ଚେଷ୍ଟା କରୁଛନ୍ତି । ପଞ୍ଜାବ ଓ ନେପାଳ ଦେଇ ଏହି ନିଶାଦ୍ରବ୍ୟ ଭାରତକୁ ଆସୁଥିବା ମଧ୍ୟ ସେ ଜଣାଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.