ETV Bharat / bharat

ମେଡିସିନ କାରଖାନାରେ ଅଗ୍ନିକାଣ୍ଡ, 3 ମୃତ - 3 dead

ମେଡିସିନ କାରଖାନାରେ ବଏଲର ମରାମତି ବେଳେ ବିସ୍ଫୋରଣ ଘଟି 2 ଚୀନୀ ଇଞ୍ଜିନିୟର ସମେତ ଜଣେ ମେକାନିକ ମୃତ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 10, 2019, 10:36 AM IST

ଚଣ୍ଡିଗଡ: ଗୁରୁଗ୍ରାମର ରୋଜକା ମେବର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ଘଟି 3 ମୃତ । ମୃତକଙ୍କ ମଧ୍ୟରେ ରହିଛନ୍ତି 2 ଜଣ ଚୀନୀ ଇଞ୍ଜିନିୟର । ତେବେ ରବିବାର ଏକ କାରଖାନାରେ ବଏଲରରେ ବିସ୍ଫୋରଣ ହୋଇଥିଲା । ବିସ୍ପୋରଣଟି ଏତେ ଯୋରରଥିଲା ଯେ ସମଗ୍ର କାରଖାନାରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲାଯେ, ନିଆଁକୁ ଲିଭାଇବା ପାଇଁ ପ୍ରାୟ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା । ଏହାପରେ ମୃତ ଦେହକୁ ବାହାରକୁ ବାହାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ସୂଚନାନୂଯାୟୀ, ପୁସଲିନ ବାୟୋଟେକ୍ନୋଲୋଜି ଫ୍ୟାକ୍ଟ୍ରିରେ ପଶୁ ମାନଙ୍କ ହାଡରେ ମେଡିସିନ ତିଆରି କରାଯାଇଥାଏ । କାରଖାନାର ବଏଲର କିଛି ଦିନ ହେବ ଅଚଳ ହୋଇପଡିଥିଲା । ଯାହାକୁ ଠିକ କରିବା ପାଇଁ ଚୀନରୁ 2 ଜଣ ଇଞ୍ଜିନିୟର ଭାରତ ଆସିଥିଲେ । ଉକ୍ତ ସ୍ଥାନରେ ସୋହନା ନିବାସୀ ଅପରେଟର ମଧ୍ୟ ଠିଆ ହୋଇଥିଲେ । ବଏଲରଟିକୁ ଠିକ୍ କରିବା ସମୟରେ ହଠାତ୍ ବିସ୍ପୋରଣ ହୋଇଥିଲା ।

ଯେଉଁସମୟରେ ଏହି ବିସ୍ଫୋରଣଟି ଘଟିଥିଲା କାରଖାନାରେ ପାଖାପାଖି 40 ଜଣ କର୍ମଚାରୀ କାମ କରୁଥିଲେ । ବ୍ରଏଲରଟି ଫାଟିବାର ଶବ୍ଦରେ ସମସ୍ତ କର୍ମଚାରୀ ବାହାରକୁ ଚାଲିଆସିଥିଲେ । କିନ୍ତୁ ବଏଲର ନିକଟରେ ଥିବା 2 ଚୀନୀ ଇଞ୍ଜିନିୟର ଓ ଜଣେ ଅପରେଟରଙ୍କର ମୃତ୍ୟୁ ହୋଇଛି ।

Intro:Body:

fsfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.