ETV Bharat / bharat

କୋରୋନା ମୁକବିଲା: କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେବ ବିଏମସି

author img

By

Published : May 5, 2020, 1:13 PM IST

ବିଏମସି ଦ୍ବରା ଜାରି କରାଯାଇଥିବା ଏକ ସର୍କୁଲାରରେ ଦର୍ଶାଯାଇଛି ଯେ ଯଦି କୋଭିଡ -19 ସହିତ ଲଢିବା ସମୟରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ ପରିବାର ସଦସ୍ୟଙ୍କୁ ମିଳିବ ଚାକିରୀ । ଅଧିକ ପଢନ୍ତୁ...

କୋରୋନା ମୁକବିଲା
କୋରୋନା ମୁକବିଲା

ମୁମ୍ବାଇ: ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ସୋମବାର କହିଛି ଯେ, କୋରୋନା ଭାଇରସ ସମ୍ବନ୍ଧିତ ଡ୍ୟୁଟି କରୁଥିବା ସମୟରେ ଯଦି ଏହାର ଜଣେ କର୍ମଚାରୀ ମୃତ୍ୟୁ ବରଣ କରନ୍ତି, ତା’ହେଲେ ଏହାର ଆଇନଗତ ଉତ୍ତରାଧିକାରୀଙ୍କୁ ଚାକିରି ଦିଆଯିବ।

କୋରୋନା ମୁକବିଲା
କୋରୋନା ମୁକବିଲା

ବିଏମସି ଦ୍ବରା ଜାରି କରାଯାଇଥିବା ଏକ ସର୍କୁଲାରରେ ଦର୍ଶାଯାଇଛି ଯେ ଯଦି କୋଭିଡ -19 ସହିତ ଲଢିବା ସମୟରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଅନୁକମ୍ପା ନିଯୁକ୍ତି ଦିଆଯିବ।

ସର୍କୁଲାରରେ ଦର୍ଶାଯାଇଛି ଯେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଏବଂ ଖାଲି ପଦବୀକୁ ଦୃଷ୍ଟିରେ ରଖି ଶ୍ରମିକ, ୱାର୍ଡ ବଏ, ପିଓନ୍, କାର୍ଯ୍ୟନିର୍ବାହୀ ସହାୟକ ଏବଂ ଜୁନିଅର ଆକାଉଣ୍ଟ ଇନ୍ସପେକ୍ଟର ଭଳି ପଦବୀ ପାଇଁ ଆଇନଗତ ଉତ୍ତରାଧିକାରୀ ନିଯୁକ୍ତ ହେବେ।

ବିଏମସି ଅନୁଯାୟୀ ସୋମବାର ମହାରାଷ୍ଟ୍ରର ମୁମ୍ବାଇରେ କୋରୋନା ଯୋଗୁଁ 18 ଜଣଙ୍କର ମୃତ୍ୟୁ ହୋଇଛି। ଏହି ସହରରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 361କୁ ଛୁଇଁଛି । ଏହା ସହ ମୁମ୍ବାଇର ଧରାଭୀରେ 42ଟି ନୂଆ ମାମଲା ରୁଜୁ ହୋଇଛି । ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀରେ 1395 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସମୁଦାୟ 14 ହଜାର 541 ଜଣ ଆକ୍ରାନ୍ତ ହୋଇଥିବାବେଳେ, 583 ଜଣଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.