ETV Bharat / bharat

ଦେଶର 8ଟି ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ ଟ୍ୟାଗ’

author img

By

Published : Oct 12, 2020, 12:56 PM IST

8ଟି ବେଳାଭୂମି ଥିବା ଦେଶ ମଧ୍ୟରେ ଭାରତ ବିଶ୍ବର 50 ତମ ଦେଶରେ ସ୍ଥାନ ପାଇଛି । ଏଥିପାଇଁ ଭାରତକୁ ଡେନମାର୍କର ଫାଉଣ୍ଡେସନ ଅଫ୍ ଏନଭାରମେଣ୍ଟ ଏଜୁକେଶନ(ଏଫଇଇ) ବ୍ଲୁ ଫ୍ଲାଗ ଟ୍ୟାଗ ମିଳିଛି ।

ଦେଶର 8ଟି ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ ଟ୍ୟାଗ’
ଦେଶର 8ଟି ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ ଟ୍ୟାଗ’

ନୂଆଦିଲ୍ଲୀ: 8ଟି ବେଳାଭୂମି ଥିବା ଦେଶ ମଧ୍ୟରେ ଭାରତ ବିଶ୍ବର 50 ତମ ଦେଶରେ ସ୍ଥାନ ପାଇଛି । ଏଥିପାଇଁ ଭାରତକୁ ଡେନମାର୍କର ଫାଉଣ୍ଡେସନ ଅଫ୍ ଏନଭାରମେଣ୍ଟ ଏଜୁକେଶନ(ଏଫଇଇ) ବ୍ଲୁ ଫ୍ଲାଗ ଟ୍ୟାଗ ମିଳିଛି ।

ଏହି ଲିଷ୍ଟରେ ପୁରୀର ଗୋଲଡେନ୍ ବେଳାଭୂମି ଏବଂ କର୍ଣ୍ଣାଟକର ଦୁଇଟି ବେଳାଭୂମି ସାମିଲ ରହିଛି। ତେବେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟର ସୂଚନା ଦେଇଛନ୍ତି । ସେ ଟ୍ବିଟରେ କହିଛନ୍ତି, ଭାରତର 8ଟି ବେଳାଭୂମିକୁ ସମ୍ମାନଜନକ ‘ବ୍ଲୁ ଫ୍ଲାଗ୍ ସାର୍ଟିଫିକେଟ୍’ ମିଳିଛି। ଯାହା ଦେଶରେ ବିକାଶକୁ ଅଗ୍ରଗତି କରାଇବ ।

ବ୍ଲୁ ଫ୍ଲାଗ୍' ଟ୍ୟାଗ୍ କଣ ?

ବ୍ଲୁ ଫ୍ଲାଗ୍ ବିଅରିଂ ବେଳାଭୂମିକୁ ବିଶ୍ୱର ସବୁଠାରୁ ପରିଷ୍କାର ବେଳାଭୂମି ଭାବରେ ବିବେଚନା କରାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ 50 ଟି ଦେଶରୁ 4,664 ବେଳାଭୂମିକୁ ବ୍ଲୁ ଫ୍ଲାଗ ଟ୍ୟାଗ ମିଳିଛି । ସାର୍ଟିଫିକେଟ୍ ହାସଲ କରିବା ପାଇଁ ଏକ ବେଳାଭୂମିର ପରିବେଶ, ଜଳର ଗୁଣବତ୍ତା, ଶିକ୍ଷାଗତ, ନିରାପତ୍ତା, ସେବା ଏବଂ ଉପଲବ୍ଧତା ମାନ ସମ୍ବନ୍ଧୀୟ 33 ଟି କଠୋର ମାନଦଣ୍ଡ ପୂରଣ କରିବାକୁ ପଡିଥାଏ । ତେବେ ବିଶ୍ବରେ ଅନ୍ୟ ଦେଶ ତୁଳନାରେ ସ୍ପେନର ବହୁ ବେଳାଭୂମିକୁ ସର୍ବାଧିକ ବ୍ଲୁ ଟ୍ୟାଗ ସାର୍ଟିଫେକେଟ ମିଳିଛି ।

ଭାରତର ବ୍ଲୁ ଫ୍ଲାଗ୍ ଟ୍ୟାଗ୍ ଜିତିଥିବା 8ଟି ବେଳାଭୂମିଗୁଡିକ ହେଉଛି-

କର୍ଣ୍ଣାଟକର ଉତ୍ତରା କନ୍ନଡ ଜିଲ୍ଲାରେ ଥିବା କାସାର୍କୋଡ, କର୍ଣ୍ଣାଟକର ଉଦୁପିର ପାଦୁବିଡ୍ରି ବେଳାଭୂମି,

ଗୁଜୁରାଟର ଶିବରାଜପୁର ବେଳାଭୂମି

ଡିୟୁର ଗୋଗଲା ବେଳାଭୂମି

କେରଳର କପଡ ବେଳାଭୂମି

ଆନ୍ଧ୍ରପ୍ରଦେଶର ଋଶିକୋଣ୍ଡା ବେଳାଭୂମି

ଓଡ଼ିଶାର ପୁରୀ ବେଳାଭୂମି

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଥିବା ରାଧନଗର ବେଳାଭୂମି

ଗତ 2018 ମସିହାରୁ ବ୍ଲୁ ଫ୍ଲାଗ୍ ସାର୍ଟିଫିକେଟ୍ ପାଇବା ପାଇଁ ଭାରତ କାର୍ଯ୍ୟ ଆରମ୍ଭ କରିଥିଲା । ​ ତେବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହାକୁ 100 ଟି ବେଳାଭୂମିରେ ବିସ୍ତାର କରିବାକୁ ଯୋଜନା କରିଛି । ତେବେ ସେପ୍ଟେମ୍ବରରେ ବୈଜ୍ଞାନିକ ତଥା ପରିବେଶବିତଙ୍କ ଏକ ଜାତୀୟ ଖଣ୍ଡପୀଠ ଏହି ସାର୍ଟିଫିକେଟ୍ ପାଇଁ ଦେଶରର ଏହି ଆଠଟି ବେଳାଭୂମିକୁ ସୁପାରିଶ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.