ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏମ୍.ଏମ୍. ନରଓ୍ବାନେଙ୍କୁ ସ୍ଥଳସେନାର ଉପମୁଖ୍ୟ ଭାବେ ନିଯୁକ୍ତି ମିଳିଛି । ତେବେ ଏହି ପଦବୀରେ ବର୍ତ୍ତମାନ ଦେବରାଜ ଅମ୍ବୁ ଥିବା ବେଳେ ସେ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିବେ । ତାଙ୍କ ସ୍ଥାନରେ ଜେନେରାଲ ନରଓ୍ବାନେଙ୍କୁ ନିଯୁକ୍ତି ଦିଆଯାଇଛି ।
ତେବେ ନରଓ୍ବାନେ ଆଗାମୀ ସେନାଧ୍ୟକ୍ଷ ହୋଇପାରନ୍ତି । ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍ ରାଓ୍ବତ୍ ଡିସେମ୍ବରରେ ଅବସର ନେବେ । ତାଙ୍କ ସ୍ଥାନରେ ନରଓ୍ବାନେଙ୍କୁ ଆଗାମୀ ସେନାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିପାରେ ବୋଲି ଜାଣିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଲେଫ୍ଟନାଣ୍ଟ ଜେନେରାଲ ଏମ୍.ଏମ୍. ନରଓ୍ବାନେ ନିଜର 37 ବର୍ଷର ସେବାରେ ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଆତଙ୍କବାଦୀ ନିରୋଧୀ ଅପରେସନରେ ଖୁବ୍ ସକ୍ରିୟ ରହିଥିବା ସୂଚନା ରହିଛି ।