ଗାନ୍ଧିନଗର: ଗୁଜୁରାଟ ସମେତ ଅନେକ ରାଜ୍ଯରେ ଜାରି ରହିଛି ବର୍ଷାର ପ୍ରକୋପ । ଏନେଇ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ଅତ୍ୟଧିକ ବର୍ଷାରେ ମଧ୍ୟ ରାସ୍ତା ଘାଟ ସହ ଘର ମଧ୍ୟ ବୁଡିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟଜନ୍ତୁ ମାନେ । ନିଜକୁ ରକ୍ଷା କରିବା ପାଇଁ କରୁଛନ୍ତି ଅନେକ ସଙ୍ଘର୍ଷ ।
ସୂଚନାମୁତାବକ, ଲଗାଣ ବର୍ଷାରେ ଗୁଜୁରାଟର ଭାବନଗରେ ବର୍ତ୍ତମାନ ସୁଦ୍ଧା 12ଟି କୃଷ୍ଣସାର ମୃଗର ମୃତ୍ୟୁ ଘଟିସାରିଛି । ଯାହକୁ ନେଇ ଚିନ୍ତାରେ ବନ ବିଭାଗ ଥିବାବେଳେ ଏହାର ସ୍ଥିତି ସୁଧାରିବାକୁ ଚେଷ୍ଟା ଜାରି ରଖିଛି । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମନୁଷ୍ୟ ଅସହାୟ ଅଟେ ।
ତେବେ ଗୁଜୁରାଟ ବ୍ୟତୀତ ଆସାମରେ ମଧ୍ୟ ବିନାଶକାରୀ ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନର 70 ପ୍ରତିଶତ ପାଣିରେ ବୁଡିଯାଇଥିଲା । ଯେଉଁଥିପାଇଁ ଜୀବଜନ୍ତୁ ମାନେ ନିଜର ଜୀବନ ବଞ୍ଚାଇବା ପାଇଁ ପାଣିରୁ ବାହିରି ଆସିଥିବାବେଳେ ଅନେକଙ୍କର ପ୍ରାଣହାନୀ ଘଟିଥିଲା ।