ନୂଆଦିଲ୍ଲୀ: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ମଧ୍ୟପ୍ରଦେଶରୁ ସୁମେର ସିଂହ ସଲୋଙ୍କି ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ପୂର୍ବରୁ ବୁଧବାର ମଧ୍ୟପ୍ରଦେଶରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ରାଜ୍ୟସଭା ପଠାଇବାକୁ ଘୋଷଣା କରିଛି ବିଜେପି । ଏହା ବ୍ୟତୀତ ହରିଆଣାରୁ ରାମଚନ୍ଦ୍ର ଝାଙ୍ଗଡା ଓ ଦ୍ୟୁଷ୍ୟନ୍ତ କୁମାର ଗୌତମଙ୍କୁ ରାଜ୍ୟସଭା ପାଇଁ ଟିକଟ ମିଳିଥିବାବେଳେ ହିମାଚଳପ୍ରଦେଶରୁ ଇନ୍ଦୁ ଗୋସ୍ବାମୀ ଏବଂ ମହାରାଷ୍ଟ୍ରରୁ ଡାକ୍ତର ଭଗବତ କରଡଙ୍କୁ ଦଳ ପ୍ରାର୍ଥୀ କରିଛି ।
ବୁଧବାର ବିଜେପି ରାଜ୍ୟସଭା ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେଇଥିବା ମହାରାଜା ଜ୍ୟୋତରାଦିତ୍ୟ ସିନ୍ଧିଆଙ୍କୁ ଦଳ ମଧ୍ୟପ୍ରଦେଶରୁ ରାଜ୍ୟସଭା ପଠାଇବାକୁ ଘୋଷଣା କରିସାରିଛି । କଂଗ୍ରେସରୁ 18 ବର୍ଷର ସମ୍ପର୍କ ଛିନ୍ନ କରି ବୁଧବାର ବିଜେପିରେ ସାମିଲ ହୋଇଥିଲେ ସିନ୍ଧିଆ । 17ଟି ରାଜ୍ୟରେ 55ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା 26 ତାରିଖରେ ନିର୍ବାଚନ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ