ହାଇଦ୍ରାବାଦ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟଙ୍କ ତାଗିତ । ହିନ୍ଦୁ ଶରଣାର୍ଥୀଙ୍କ ପାଇଁ ଦିଲ୍ଲୀ ସରକାର ମୌଳିକ ସୁବିଧା ଯୋଗାଇ ଦେଇନଥିବା ଅଭିଯୋଗ ଆଣିଛନ୍ତି ତେଜସ୍ବୀ । ତେଣୁ ଯଦି ଆଗାମୀ ଦିନରେ ଅରବିନ୍ଦ କେଜ୍ରିୱାଲ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କ ପାଇଁ ସୁବିଧା ଉପଲବ୍ଧ ନକରନ୍ତି ତେବେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ।
6 ବର୍ଷ ପୂର୍ବରୁ ପାକିସ୍ତାନରୁ ହିନ୍ଦୁ ଶରଣାର୍ଥୀ ଦିଲ୍ଲୀରେ ଆସି ରହୁଥିବା ବେଳେ, ସେମାନଙ୍କୁ ସାମାନ୍ୟ ବିଜୁଳିର ବ୍ୟବସ୍ଥା ଦିଲ୍ଲୀ ସରକାର ଯୋଗାଇ ଦେଇ ନାହାଁନ୍ତି । କିନ୍ତୁ ରୋହଙ୍ଗ୍ୟାଙ୍କୁ ସରକାର ବିଶେଷ ଧ୍ୟାନ ପ୍ରକଟ କରୁଥିବା କହିଛନ୍ତି ସୂର୍ଯ୍ୟ ।
ଅରବିନ୍ଦ କେଜ୍ରିୱାଲ ସରକାର ଆଗାମୀ 30 ଦିନ ମଧ୍ୟରେ ଯଦି ବିଜୁଳି ବ୍ୟବସ୍ଥା ନକରନ୍ତି, ତେବେ ବିଜେପି ଯୁବ ମୋର୍ଚ୍ଚା ଦିଲ୍ଲୀ ରାଜ ରାସ୍ତାରେ ବିକ୍ଷୋଭ ପଦର୍ଶନ କରିବ ବୋଲି ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ତେଜସ୍ବୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ