ETV Bharat / bharat

TMC କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ମୃତ - ବିଜେପି କର୍ମୀ ମୃତ

ଉତ୍ତର 24 ପରଗଣା ଜିଲ୍ଲାରୁ ଆଉ ଜଣେ ବିଜେପି କର୍ମୀଙ୍କ ମିଳିଛି ମୃତ ଦେହ । ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ କର୍ମୀମାନେ ଆକ୍ରମଣ କରିବା ସହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

TMC କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ମୃତ
TMC କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ମୃତ
author img

By

Published : Oct 20, 2020, 9:50 PM IST

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା । ବଢିଚାଲିଛି ହତ୍ୟା । ଏହି ମଧ୍ୟରେ ଉତ୍ତର 24 ପରଗଣା ଜିଲ୍ଲାରୁ ଆଉ ଜଣେ ବିଜେପି କର୍ମୀଙ୍କ ମିଳିଛି ମୃତ ଦେହ । ରାଜ୍ୟରେ କ୍ଷମତାସୀନ ତୃଣ ମୂଳ କଂଗ୍ରେସ କର୍ମୀମାନେ ଆକ୍ରମଣ କରିବା ସହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ବିଜେପି ।

ଘଟଣାରେ 2 ଜଣଙ୍କୁ ଗିରଫ କରିସାରିଛି ପଶ୍ଚିମବଙ୍ଗ ପୋଲିସ । ସୂଚନା ଅନୁଯାୟୀ ହିଙ୍ଗଲଗଞ୍ଜ ମଙ୍ଗଳା ଚଣ୍ଡୀ ଗାଁର ବିଜେପି ବୁଥ କମିଟି ସଭାପତିଙ୍କୁ ଗତ ସପ୍ତାହରେ ଦୁବୃର୍ତ୍ତମାନେ ଆକ୍ରମଣ କରିଥିଲେ । ତେବେ ସୋମବାର ତାଙ୍କର ମୃ୍ତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ମୃତ ବିଜେପିକର୍ମୀଙ୍କ ନାଁ ରବିନ୍ଦ୍ର ନାଥ ମଣ୍ଡଳ ।

ପୋଲିସର କହିବା ଅନୁଯାୟୀ ବିଜେପି ଓ ଟିଏମସି କର୍ମୀଙ୍କ ସଂଘର୍ଷ ବେଳେ ମଣ୍ଡଳ ଆହତ ହୋଇଥିଲେ । ମଣ୍ଡଳ କିଛି ବିଜେପି କର୍ମୀଙ୍କ ସହ ମିଶି ଏକ ବୈଠକର ଆୟୋଜନ କରିବାକୁ ଚାହୁଁଥିଲେ । ହେଲେ ଏହାକୁ ବିରୋଧ କରିଥିଲେ ଟିଏମସି କର୍ମୀ । ଏହା ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା ।

ଗୁରୁତ୍ତର ଅବସ୍ଥାରେ ମଣ୍ଡଳଙ୍କୁ ବସିରହାଟ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଏସଏସକେଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏଠାରେ ସୋମବାର ତାଙ୍କର ଦେହାନ୍ତ ହୋଇଯାଇଛି ।

ଘଟଣାରେ 2 ଜଣ ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଅନ୍ୟପକ୍ଷେ ମଣ୍ଡଳଙ୍କ ମୃତଦେହ ପୋଲିସ ଦଳୀୟ କର୍ମୀଙ୍କୁ ହସ୍ତାନ୍ତର କରୁନଥିବା ଅଭିଯୋଗ କରିଛି ବିଜେପି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.