ETV Bharat / bharat

ଶାହିନବାଗ ମାମଲା; ଗିରିରାଜ ସିଂହଙ୍କୁ ବିଜେପିର ସମନ - ସିଏଏ ବିରୋଧୀ ପ୍ରଦର୍ଶନ

ଦିଲ୍ଲୀର ଶାହିନବାଗରେ ଚାଲିଥିବା ସିଏଏ ବିରୋଧୀ ପ୍ରଦର୍ଶନକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ସମନ ଜାରି କରିଛି ବିଜେପି । ଅଧିକ ଖବର ପଢନ୍ତୁ...

bjp-summons-giriraj
ଜେପି ନଡ୍ଡା-ଗିରିରାଜ ସିଂହ
author img

By

Published : Feb 15, 2020, 2:50 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନବାଗରେ ଚାଲିଥିବା ସିଏଏ ବିରୋଧୀ ପ୍ରଦର୍ଶନକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ମହଙ୍ଗା ପଡିଛି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ସମନ ଜାରି କରିଛନ୍ତି । ଗିରିରାଜଙ୍କୁ ନିଜ ମନ୍ତବ୍ୟକୁ ନେଇ ଜବାବ ରଖିବାକୁ ଏଥିରେ କୁହାଯାଇଛି । ତେବେ ଗିରିରାଜ ସିଂହଙ୍କ ଏହି ବୟାନ ପାଇଁ ଜେପି ନଡ୍ଡା ତାଙ୍କ ଉପରେ ଖପ୍ପା ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ଆକ୍ଷେପ କରି ରାଜଧାନୀ ଦିଲ୍ଲୀରେ ଦେଶ ବିରୋଧରେ ଚକ୍ରାନ୍ତ ଚାଲିଥିବା କହିଲେ । ସେ କହିଥିଲେ, ଶାହିନବାଗରେ କେବଳ ଆନ୍ଦୋଳନ ହେଉନାହିଁ, ଏଠାରେ ଆତ୍ମଘାତୀ ଆକ୍ରମଣକାରୀଙ୍କ ଦଳ ପ୍ରସ୍ତୁତ କରାଯାଉଛି। ‘ଶାହିନବାଗରେ ଜଣେ ମହିଳାଙ୍କ ଶିଶୁର ଥଣ୍ଡା କାରଣରୁ ମୃତ୍ୟୁ ହେଲା ଆଉ ସେ ମହିଳା ଜଣକ କହୁଛନ୍ତି ମୋ ପୁଅ ଶହିଦ ହୋଇଛି, ଏହା ଏକ ଆତ୍ମଘାତୀ ବୋମା ନୁହେଁ ତ' ଆଉ କ'ଣ’ ବୋଲି ସେ ପ୍ରଶ୍ନ କରିଥିଲେ। ଏହା ସହିତ ଦେଶକୁ ଆତ୍ମଘାତୀ ବୋମାରୁ ରକ୍ଷା କରିବା ପାଇଁ ଏପରି ଅସହଯୋଗ ଆନ୍ଦୋଳନ-2ରୁ ସଜାଗ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.