ETV Bharat / bharat

ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି

author img

By

Published : Jul 18, 2020, 11:42 AM IST

Updated : Jul 18, 2020, 12:39 PM IST

ରାଜସ୍ଥାନର ବର୍ତ୍ତମାନର ରାଜନୀତି ଓ ଫୋନ ଟ୍ୟାପିଂ ମାମଲାକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ଫୋନ ଟ୍ୟାପିଂ ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି କଲା ଦାବି ।

ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା; ସିବିଆଇ ତଦନ୍ତ ଦାବି କଲା ବିଜେପି

ନୂଆଦିଲ୍ଲୀ: ରାଜସ୍ଥାନର ବର୍ତ୍ତମାନର ରାଜନୀତି ଓ ଫୋନ ଟ୍ୟାପିଂ ମାମଲାକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍‌ କରି କଂଗ୍ରେସ ଉପରେ ବର୍ଷିଛନ୍ତି ।

ଏହାସହ ରାଜସ୍ଥାନରେ ଏପରି ସ୍ଥିତି ରାଜ୍ୟରେ ଜରୁରୀକାଳିନ ସ୍ଥିତି ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ଫୋନ ଟ୍ୟାପିଂ ଉପରେ ନିଜର ମତ ରଖି କଣ ସବୁ ଦଳର ଫୋନ ଟ୍ୟାପିଂ କରାଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି

ସେହିପରି ହାଇକମାଣ୍ଡ ସହ ଲଢେଇ ହାଇକୋର୍ଟରେ ପହଞ୍ଚିଛି । କଂଗ୍ରେସର ଘର କଳି ଏବେ ରାସ୍ତାରେ ପହଞ୍ଚିଛି ବୋଲି ସେ କହିଛନ୍ତି । ଏହାସହ ଏସବୁ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଏହି ଅବସରରେ ସମ୍ବିତ, ଅଶୋକ ଗେହଲଟ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି, କଣ ଫୋନ ଟ୍ୟାପିଂ ସାର୍ବଜନିକ ପ୍ରସଙ୍ଗ ନୁହେଁ ? ରାଜସ୍ଥାନରେ ଜରୁରୀକାଳିନ ପରି ସ୍ଥିତି କାହିଁକି ରହିଛି ?

ଅନ୍ୟପଟେ ଫୋନ ଟ୍ୟାପିଂକୁ ନେଇ ସମ୍ବିତ କଂଗ୍ରେସକୁ ଦୋଷ ଦେଇଛନ୍ତି । କଂଗ୍ରେସର ଇତିହାସରେ ଫୋନ ଟ୍ୟାପିଂ ରହିଛି । କଂଗ୍ରେସ ସରକାର ସେଠାରେ କ୍ଷମତା ଯୁଦ୍ଧ କରୁଛନ୍ତି । ଅଡିଓ ଟେପର ଏଫଆଇଆରରେ ତଥାକଥିତ ଶବ୍ଦ ଲେଖାଯାଇଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 18, 2020, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.