ETV Bharat / bharat

ମହାରାଷ୍ଟ୍ର ଲଢେଇ; ଆଜି ସ୍ପଷ୍ଟ ହେବ କିଏ ଗଢିବ ସରକାର !

କ୍ଷମତା ପାଇଁ ଏବେ ମହାରାଷ୍ଟ୍ରରେ ଚାଲିଛି ମହାଯୁଦ୍ଧ । ଆଜି ଫୈସଲା କାହା ହାତରେ ରହିବ କ୍ଷମତା ।

ଡିଜାଇନ ଫଟୋ
author img

By

Published : Nov 4, 2019, 11:38 AM IST

Updated : Nov 4, 2019, 11:58 AM IST

ମୁମ୍ବାଇ: ନିର୍ବାଚନ ଫଳାଫଳ ଘୋଷଣା ହେବାର 10 ଦିନ ବିତିଗଲାଣି । ଏହାସହ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ମାତ୍ର ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଚାଲିଥିବା ମହାଭାରତର ଅନ୍ତିମ ଦୃଶ୍ୟ ଦୃଶ୍ୟମାନ ହେଉ ନାହିଁ । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ନାଟକର ଅନ୍ତିମ ଦୃଶ୍ୟ ମଞ୍ଚସ୍ଥ ହୋଇପାରେ ।

ଆଜି ଗୋଟିଏ ପଟେ ଦେବେନ୍ଦ୍ର ଫଡନାଭିସ ଗୃହମନ୍ତ୍ରୀ ତଥା ଦଳୀୟ ସଭାପତି ଅମିତ ଶାହଙ୍କୁ ଭେଟିବେ । ଅନ୍ୟପଟେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଶରଦ ପାୱାର ଭେଟି ଶିବସେନାକୁ ସମର୍ଥନ ପ୍ରସଙ୍ଗରେ ଆଲୋଚନା କରିବେ । ଅନ୍ୟଏକ ଘଟଣା କ୍ରମେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସଂଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବେ । ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ନିମନ୍ତେ ଦାବି କରିପାରନ୍ତି ।

ତେବେ ମହାରାଷ୍ଟ୍ର କ୍ଷମତାକୁ ନେଇ ଏଯାଏଁ ମୁହଁ ଖୋଲିନଥିବା ବିଜେପି ଚାଣକ୍ୟ ଆଜି ମହାରାଷ୍ଟ୍ରର ମହାଭାରତରେ ନିଜେ ମୈଦାନକୁ ଓହ୍ଲାଇବେ । ସେଥିପାଇଁ ଅନୁଜ ଦେବେନ୍ଦ୍ର ଫଡନାଭିସଙ୍କୁ ଦିଲ୍ଲୀ ଦରବାରରେ ହାଜର ହେବା ପାଇଁ ନିର୍ଦ୍ଦେଶ ମିଳିଛି । ସୂତ୍ର ଅନୁସାରେ ବିଜେପି ଅଧ୍ୟକ୍ଷ ଦେବେନ୍ଦ୍ର ଫଡନାଭିସଙ୍କ ସହ ଆଲୋଚନା ପରେ ଶିବସେନାର ଦାବି ଓ ମେଣ୍ଟ ସରକାର ଗଠନ ପାଇଁ ବିଭିନ୍ନ ବିକଳ୍ପ ଉପରେ ପଦକ୍ଷେପ ନେବେ । କାରଣ ମହାରାଷ୍ଟ୍ରରେ ବିଜେପି ଏବେ ଶିବସେନାର ଦାବି ଆଗରେ ଏକ ପ୍ରକାର ମୁଣ୍ଡ ନୁଆଁଇବାକୁ ଯାଉଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇ ଶିବସେନକୁ ମନାଇବ ଦଳ ଏବଂ ମେଣ୍ଟ ସରକାର ଗଠନ ପାଇଁ ବିଜେପି ପାଖରେ ଥିବା ସମସ୍ତ ବିକଳ୍ପକକୁ ନେଇ ଆଲୋଚନା କରିବେ ।

କଣ ହୋଇପାରେ ବିଜେପିର ବିକଳ୍ପ

ବିକଳ୍ପ-1- ଦଳ ମୁଖ୍ୟମନ୍ତ୍ରୀ ପଦ ରଖି ଅର୍ଥ, ରାଜସ୍ବ, କୃଷି, ଗ୍ରାମୀଣ ବିକାଶଓ ଜଳ ସଂସାଧନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଶିବସେନାକୁ ଦେଇପାରେ ।

ବିକଳ୍ପ-2- ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ସଂଯୋଜକ କମିଟି ଗଠନ କରି ତାଙ୍କ ମାଧ୍ୟମରେ ମନ୍ତ୍ରୀମଣ୍ଡଳ ଗଠନ ଓ ବଣ୍ଟନ କରିବାକୁ ପ୍ରସ୍ତାବ ଦେଇପାରେ ।

ବିକଳ୍ପ-3- ଶିବସେନା ମନାଇବା ପାଇଁ ରାଜ୍ୟର ସମସ୍ତ ପୌରାଞ୍ଚଳଓ ନିଗମରେ ମଧ୍ୟ 50-50 ଫର୍ମୁଲା ଲାଗୁ କରିବା ପାଇଁ ବିଜେପି ସହମତି ହୋଇପାରେ ।

ବିକଳ୍ପ-4- ମହାରାଷ୍ଟ୍ରର ହିତ ପାଇଁ ଉଭୟ ଦଳ କିଛି ତ୍ୟାଗ କରିବାକୁ ପଦକ୍ଷେପ ନେଇପାରନ୍ତି ।

ଅନ୍ୟପଟେ ଆଜି ରାଷ୍ଟ୍ରବାଦୀ କଂଗ୍ରେସର ମୁଖ୍ୟ ଶରଦ ପାୱାର ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ଶିବସେନାକୁ ସମର୍ଥନ କରାଯିବା ପ୍ରସ୍ତାବ ଉପରେ ଆଲୋଚନା କରିବେ । କୁହାଯାଉଛି ଶିବସେନା ଏନସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବାକୁ ଚୂଡାନ୍ତ କରିସାରିଛି । ଏନସିପି ମଧ୍ୟ ସମର୍ଥନର ସଂକେତ ଦେଇସାରିଛି । ସେହି ଆଧାରରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହୁଛନ୍ତି 170 ବିଧାୟକଙ୍କ ସଂଖ୍ୟା ଅଛି । ଯଦିଓ ଶିବସେନାକୁ ସମର୍ଥନ ନେଇ କଂଗ୍ରେସରେ ମତଭେଦ ଦେଖାଦେଇଛି ତଥାପି ଦଳର ସର୍ବାଧିକ ନେତା ଓ ସାଂସଦ ସମର୍ଥନ ସପକ୍ଷରେ ଅଛନ୍ତି ।

ଫଳରେ ଏହି ସବୁ ଘଟଣା ଦର୍ଶାଉଛି ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇପାରେ । ତେବେ ଏହି ମେଣ୍ଟର ଭବିଷ୍ୟତ ନିର୍ଭର କରୁଛି ଆଜି ସୋନିଆ-ଶରଦଙ୍କ ଭେଟଘାଟ ଏବଂ ବିଜେପିର ରଣନୀତି ଉପରେ । ଏହା ସୁନିଶ୍ଚିତ ଯେ ଆଜି ହିଁ ମହାରାଷ୍ଟ୍ରର ମହାଭାରତ ଶେଷ ହେବ ।

Intro:Body:

xccv

Conclusion:
Last Updated : Nov 4, 2019, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.