ETV Bharat / bharat

ବିଜେପି ପ୍ରାର୍ଥୀ ତାଲିକାରୁ ହଟିଲେ ଦଶ ସାଂସଦ

କ୍ଷମତା ହରାଇବା ପରେ ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଝଟକା । ପୁଅ ଅଭିଷେକ ସିଂଙ୍କ ଟିକେଟ କାଟି ଦେଇଛି ବିଜେପି । ସେ ବର୍ତ୍ତମାନ ରାଜନନ୍ଦଗାଁଓରୁ ସାଂସଦ ଅଛନ୍ତି । ତାଙ୍କ ସ୍ଥାନରେ ଦଳ ସନ୍ତୋଷ ପାଣ୍ଡେଙ୍କୁ ଟିକେଟ ଦେଇଛି ।

ଫାଇଲ ଫଟୋ
author img

By

Published : Mar 24, 2019, 11:08 PM IST

Updated : Mar 24, 2019, 11:36 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ବିଜେପି ଜାରି କରିଛି ପଞ୍ଚମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ରହିଛି ୯ ଜଣ ପ୍ରାର୍ଥୀଙ୍କ ନାଁ । ଏହା ପୂର୍ବରୁ ବିଜେପି ଶନିବାର ଜାରି କରିଥିଲା ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା । ଏଥିରେ ୧୧ ଜଣ ପ୍ରାର୍ଥୀଙ୍କ ନାଁ ରହିଥିଲା ।

ଏହି ତାଲିକା ଅନୁସାରେ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ପୁଅ ଅଭିଷେକ ସିଂଙ୍କ ଟିକେଟ କାଟିଛି ବିଜେପି । ସେ ବର୍ତ୍ତମାନ ରାଜନନ୍ଦଗାଁଓରୁ ସାଂସଦ ଅଛନ୍ତି । ତାଙ୍କ ସ୍ଥାନରେ ଦଳ ସନ୍ତୋଷ ପାଣ୍ଡେଙ୍କୁ ଟିକେଟ ଦେଇଛି । ସେହିପରି ରାୟପୁର ସାଂସଦ ରମେଶ ବ୍ୟାସଙ୍କ ଟିକେଟ ମଧ୍ୟ କଟିଛି । ତାଙ୍କ ସ୍ଥାନରେ ସୁନୀଲ ସୋନୀଙ୍କୁ ଟିକେଟ ଦେଇଛି ଦଳ ।

ବିଗତ ଦିନରୁ ବିଜେପି ସ୍ପଷ୍ଟ କରିଥିଲା ଯେ ଛତିଶଗଡର ବର୍ତ୍ତମାନର ସମସ୍ତ ସାଂସଦଙ୍କ ଟିକେଟ କଟାଯିବ । ନିକଟ ଅତୀତରେ ରାଜ୍ୟର ବିଧାନସଭା ନିର୍ବାଚନରେ ଦଳକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା ।ଦଳର ପଞ୍ଚମ ପ୍ରାର୍ଥୀ ତାଲିକାରେ ଛତିଶଗଡର ୬, ମହାରାଷ୍ଟ୍ରରୁ ଜଣେ ଓ ମେଘାଳୟରୁ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

Intro:Body:

ଭୁବନେଶ୍ବର: ଓଡ଼ିଆ ନୂତନବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡିଆ ସିନେପ୍ରେମୀଙ୍କୁ ମିଳିବ ଗୋଟିଏ ବଡ ସରପ୍ରାଇଜ। ଦର୍ଶକ ରୂପେଲି ପରଦାରେ ଦେଖିବାକୁ ପାଇବେ ନୂଆ ସିନେମା "ରଙ୍ଗ ବରଷିବ ଟୁପୁରୁ ଟୁପୁରୁ"। ପାରିବାରିକ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମଟି ଭେଟି ଦେବାକୁ ଯାଉଛନ୍ତି  ଓଡ଼ିଆ ଟେଲି ଧାରାବାହିକ ଜଗତର  ପ୍ରଖ୍ୟାତ ନିର୍ମାତା ଜିତେନ୍ଦ୍ର ନାଥ ମହାପାତ୍ର।

ଫିଲ୍ମଟି କୌଣସି ତେଲୁଗୁ କିମ୍ବା ହିନ୍ଦୀ ଫିଲ୍ମର ରିମେକ ନୁହେଁ ବରଂ ସମ୍ପୂର୍ଣ୍ଣ ଭିନ୍ନ କାହାଣୀକୁ ନେଇ ପ୍ରସ୍ତୁତ ବୋଲି ରୋଟାରୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହନ୍ତି ନିଜେ ନିର୍ମାତା। ଫିଲ୍ମର ମୌଳିକ କାହାଣୀ, ରଚନା ଠାରୁ ଆରମ୍ଭ କରି ସ୍କ୍ରିନ ପ୍ଲେ,ଡାଇଲାଗ ରଚନାର ଭାର ଗ୍ରହଣ କରିଛନ୍ତି ନିଜେ ନିର୍ମାତା ଶ୍ରୀ ମହାପାତ୍ର। 

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବରିଷ୍ଠ ଅଭିନେତା ମିହିର ଦାସ,ଅପରାଜିତା ମହାନ୍ତି,ଅଶ୍ରୁମୋଚନ ପ୍ରମୁଖ ନଜର ଆସିବାବେଳେ ନବାଗତ ଅଭିନେତା ତାପସ ଓ ସୁଶ୍ରୀ ରଥ  ନୂଆ ଯୋଡି ଭାବେ ଦର୍ଶକଙ୍କ ସମ୍ମୁଖରେ ପଦାର୍ପଣ କରିବେ। ଏଥିରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ଓ ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଂଗୀତରେ ଅମରେନ୍ଦ୍ର ମହାନ୍ତି ସଜାଇ ଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତ ସତ୍ୟଜିତ,ସୁଭମ,ଶଶାଙ୍କ,ଅନ୍ତରା,ନଳିତା,ଦୀପ୍ତିରେଖା ଓ ଚମେଲି। 

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Conclusion:
Last Updated : Mar 24, 2019, 11:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.