କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଅବସରରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ବର୍ଦ୍ଧମାନରେ ସେ ଦୀର୍ଘ 9 କିଲୋମିଟର ରୋଡ ଶୋ କରିଛନ୍ତି ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ସେ ଆଜି ସକାଳେ କୋଲକାତାରେ ପହଞ୍ଚିଥିଲେ ଏବଂ ଏହାପରେ ବର୍ଦ୍ଧମାନର ଏକ ଚାଷୀଙ୍କ ଘରେ ଭୋଜନ କରିଥିଲେ । ଆଜି ବର୍ଦ୍ଧମାନରେ ସେ ଦୀର୍ଘ 9 କିଲୋମିଟର ରୋଡ ଶୋ କରିଛନ୍ତି । ଏହି ରାଲିରେ ଲୋକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ସମସ୍ତ ବର୍ଦ୍ଧମାନ ଅଞ୍ଚଳରେ ଭଗବା ରଙ୍ଗରେ ରଙ୍ଗେଇ ହୋଇଥିଲା । ପଶ୍ଚିମବଙ୍ଗରେ ନିଶ୍ଚିତ ଭାବରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି । ବର୍ଦ୍ଧମାନରେ ଏକ ସଭାକୁ ସମ୍ଭୋଧନ କରି ନଡ୍ଡା କହିଛନ୍ତି ଯେଉଁ ଉଷ୍ମତା ସହିତ ଆପଣ ମୋତେ ସ୍ବାଗତ କରିଛନ୍ତି ଏବଂ ଯେଉଁ ଉଷ୍ମତା ସହିତ ଆପଣ ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ରହିଛି । ତାହା ଦର୍ଶାଉଛି ଯେ ମମତା ସରକାର ବିଦାୟ ନେବାକୁ ଯାଉଛି ଏବଂ ବିଜେପି ସରକାର ନିଶ୍ଚିତ ଆସିବ ବୋଲି କହିଛନ୍ତି । ପୂର୍ବ ଗସ୍ତ ସମୟରେ ବିଜେପି ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଥିଲା । ଚଳିତ ଥର ଗସ୍ତ ସମୟରେ କେନ୍ଦ୍ରୀୟ ସୁରକ୍ଷାବଳ ସହ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୂଚନା ଥାଉକି ଆସନ୍ତା ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି । ଏହି କ୍ରମରେ ଟିଏମସିର ବିଭିନ୍ନ ମନ୍ତ୍ରୀ ନେତା ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗପରେ ଦିନକୁ ଦିନ ବିଜେପିର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।