ETV Bharat / bharat

ମମତା କହିଲେ ନାଟକ କରୁଛି ବିଜେପି, ଜବାବ ରଖିଲେ ନଡ୍ଡା - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ନଡ୍ଡାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନାଟକ ବୋଲି କହିଛନ୍ତି ମମତା । ସେପଟେ ଏହାର ପାଲଟା ଜବାବ ଦେବାରେ ବିଳମ୍ବ କରିନାହାନ୍ତି ନଡ୍ଡା । ଅଧିକ ପଢନ୍ତୁ...

ମମତାଙ୍କ ନାଟକ ବୟାନ ଉପରେ ନଡ୍ଡାଙ୍କ ଜବାବ, ଭୁଲ ହାତରେ ପଶ୍ଚିମବଙ୍ଗ

author img

By

Published : Dec 10, 2020, 10:44 PM IST

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ ଦଖଲ ଲକ୍ଷ୍ୟରେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହାରି ମଧ୍ୟରେ ରାଜ୍ୟରେ ବିଜେରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରେ ହୋଇଥିଲା ଆକ୍ରମଣ । ଆଉ ଏହି ଆକ୍ରମଣକୁ ସମବୁ ମହଲରେ ତୀବ୍ର ନିନ୍ଦା କରାଯାଉଛି ।

ବିଜେପି ନେତାମାନେ ଘଟଣାକୁ ନେଇ ସିଧା ସିଧା ରାଜ୍ୟରେ କ୍ଷମତାସୀନ ଟିଏମସିକୁ କରିଛନ୍ତି ଟାର୍ଗେଟ । ହେଲେ ନଡ୍ଡାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନାଟକ ବୋଲି କହିଛନ୍ତି ମମତା । ସେପଟେ ଏହାର ପାଲଟା ଜବାବ ଦେବାରେ ବିଳମ୍ବ କରିନାହାନ୍ତି ନଡ୍ଡା ।

ଜେପି ନଡ୍ଡା କହିଛନ୍ତି, ମମତା ବନାର୍ଜୀଙ୍କୁ ପ୍ରଶାସନର କୌଣସି ଜ୍ଞାନ ନାହିଁ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ସେ କହିଛନ୍ତି, ଆକ୍ରମଣକାରୀଙ୍କୁ ଅଟକାଇବା ପୋଲିସର କାମ। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ବୋଲି ନଡ୍ଡା ପ୍ରତିକ୍ରିୟା ଦେଇଛନ୍ତି ।

ନଡ୍ଡା କହିଛନ୍ତି ଯେ ବର୍ତ୍ତମାନ ମମତା ପ୍ରଶାସନ ଠାରୁ କୌଣସି ଆଶା ନାହିଁ। ମମତା ସରକାରରେ ପ୍ରଶାସନ ନାଁରେ କିଛି ନାହିଁ | ଭୁଲ ଲୋକଙ୍କ ହାତରେ ପଶ୍ଚିମବଙ୍ଗ ରହିଯାଇଥିବା ସେ କହିଛନ୍ତି। ମମତା ସରକାରରେ ଅରାଜକତା ରହିଥିବା ନଡ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.