ETV Bharat / bharat

ପଶ୍ଚିମବଙ୍ଗରେ ନିଶ୍ଚିତ ସରକାର ଗଠନ କରିବୁ: ଅମିତ ଶାହା

author img

By

Published : Jan 3, 2020, 12:57 PM IST

ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ହେଲେ ପଶ୍ଚିମବଙ୍ଗରେ ସରକାର ଗଠନ କରିବା ନେଇ ଦୃଢ ଆଶାବାଦୀ ଅଛନ୍ତି ସେ।

bjp-president-amit-shah-took-responsibility-for-defeat-in-jharkhand-election-but-win-west-bengal
ଫଟୋ ସୌଜନ୍ୟ: ଫାଇଲ ଫୋଟ

ଦିଲ୍ଲୀ: ଗତବର୍ଷ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆମେ ନିର୍ବାଚନରେ ହାରିଛୁ ସତ, ହେଲେ ଏବେ ଆମର ଆତ୍ମଚିନ୍ତନ କରିବାର ସମୟ ଆସିଯାଇଥିବା କହିଛନ୍ତି ସେ। ଝାଡଖଣ୍ଡରେ ଦଳର ବିଦ୍ରୋହୀ ନେତା ସରୟୁ ରାୟଙ୍କ ଉପରେ ପ୍ରତିକ୍ରିୟା ରଖି ଶାହ କହିଛନ୍ତି, କୌଣସି ଗୋଟିଏ ଫଳାଫଳ ସହ ଦଳର ହାର ଜିତ ନିର୍ଭର କରେନାହିଁ।

ଚଳିତ ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମେ ଜୋରଦାର ପ୍ରସ୍ତୁତି କରୁଛୁ। ବିଗତ ନିର୍ବାଚନ ପରେ 3ଟି ଉପନିର୍ବାଚନ ଓ 7ଟି ଲୋକସଭା ନିର୍ବାଚନରେ ବିଜୟୀ ହୋଇଛୁ। ବିଜେପି ଦିଲ୍ଲୀରେ ଭଲ ପ୍ରଦର୍ଶନ କରିବ ଓ ଦିଲ୍ଲୀବାସୀ ବିଜେପିକୁ ଶାସନ ଗାଦିରେ ବସାଇବେ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଦିଲ୍ଲୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ କଥା କହିଥିଲେ ତାହା ସେ ପୂରଣ କରିନାହାଁନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ତାହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଦଳ ସଂସଦୀୟ ବୋର୍ଡ ଦ୍ବାରା ଏନେଇ ନିଷ୍ପତ୍ତି ନିଆଯିବ। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ବହୁମତ ସହ ସରକାର ଗଠନ କରିବ। ସେଠାକାର ଜନତା ତୃଣମୂଳ କଂଗ୍ରେସ ସରକାରର ଶାସନରେ ଅତିଷ୍ଠ ହୋଇଛନ୍ତି। ସେଠାରେ ବିଜେପି ସରକାର ଗଠନ ନିଶ୍ଚିତ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.