ETV Bharat / bharat

ଏନଡିଏରୁ ଓହରିବା ପରେ ଅକାଳିକୁ ଟାର୍ଗେଟ କଲେ ପଞ୍ଜାବ ପିସିସି ମୁଖ୍ୟ

ଶିରୋମାଣି ଅକାଳି ଦଳ ବିଜେପି ସହ ସମ୍ପର୍କ ଛିନ୍ନ ଉପରେ ପ୍ରତିକ୍ରିୟା ଦେଇ ପଞ୍ଜାବରେ କଂଗ୍ରେସ ସଭାପତି ସୁନୀଲ ଜାଖଡ କହିଛନ୍ତି ଯେ ବିଜେପି ସେମାନଙ୍କ ପଦକ୍ଷେପ ବିଷୟରେ ପୂର୍ବାନୁମାନ କରିଥିଲା । କୃଷି ବିଲକୁ ପାଥେୟ କରି ଅକାଳି ଦଳ ମେଣ୍ଟରୁ ଓହରିଛି । ଅଧିକ ପଢନ୍ତୁ...

author img

By

Published : Sep 28, 2020, 7:14 PM IST

ଏନଡିଏରୁ ଓହରିବା ପରେ ଅକାଳି ଦଳକୁ ଟାର୍ଗେଟ କଲେ ପଞ୍ଜାବ ପିସିସି ମୁଖ୍ୟ

ଚଣ୍ଡିଗଡ: ଏନଡିଏ ମେଣ୍ଟରୁ ଓହରିବା ପରେ ଶିରୋମଣି ଅକାଳି ଦଳକୁ ଟାର୍ଗେଟ କଲେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ସୁନିଲ ଜାଖଡ । ବିଜେପି ସେମାନଙ୍କ ପଦକ୍ଷେପ ବିଷୟରେ ପୂର୍ବାନୁମାନ କରିଥିଲା । କୃଷି ବିଲକୁ ପାଥେୟ କରି ଅକାଳି ଦଳ ମେଣ୍ଟରୁ ଓହରିଛି । ଏହି ବିଲକୁ କେବଳ କୃଷକ ମାନେ ହିଁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି ।

ନୂତନ କୃଷି ବିଲକୁ ନେଇ ଶିରୋମଣି ଅକାଳି ଦଳ ଦୀର୍ଘଦିନର ମେଣ୍ଟ ଏନଡିଏ ସହିତ ସମ୍ପର୍କ ଛିନ୍ନ କରିଛି । ଏ ନେଇ ଶିରୋମଣି ଅକାଳି ଦଳର ବୈଠକଲେ ନିଷ୍ପତ୍ତି ନିଆଯାଇଥିଲା । ଅକାଳି ଦଳ ନିଜ ପୁରଣା ବନ୍ଧୁ ତଥା ବିଜେପି ସହିତ ଦୀର୍ଘ 23 ବର୍ଷର ସମ୍ପର୍କକୁ ଛିନ୍ନ କରିଛି । ଏହାକୁ ନେଇ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସୁନିଲ ଜାଖଡ ଅକାଳି ଦଳକୁ ସମାଲୋଚନା କରି କହିଛନ୍ତି ଯେ ଅକାଳି ଦଳ କୃଷକଙ୍କୁ ଭୟ କରି ଏହି ନିଷ୍ପତ୍ତି ନେଇଛି । ଅନ୍ୟ ପକ୍ଷରେ ସେମାନେ କୃଷି ବିଲକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବାକୁ ଭୟ କରିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଅକାଳି ଦଳ ବିଜେପି ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ଚାହୁଁ ନଥିଲା କିନ୍ତୁ ସମାନ୍ତରଳ ଭାବରେ ମେଣ୍ଟରେ ରହିବାକୁ ଚାହୁଁଥିଲା । କିନ୍ତୁ କେନ୍ଦ୍ର ସରକାରରୁ ନିଜର କ୍ୟାବିନେଟର ମନ୍ତ୍ରୀ ଇସ୍ତଫା ଦେଇଥିବା ଯୋଗୁଁ ଓହରିଲେ ବୋଲି କହିଛନ୍ତି । ବାଦଲ କେବେବି ଏହାକୁ କୃଷକ ବିରୋଧ ବିଲ ବୋଲି କହିନାହାନ୍ତି କେବଳ କୃଷକ ମାନେ ହିଁ ଏହି ବିଲକୁ କୃଷି ବିରୋଧୀ ବୋଲି କହିଛନ୍ତି । ସୂଚନା ଥାଉକି ବିଭିନ୍ନ ଦେଶର ପ୍ରମୁଖ ବିରୋଧୀ ଦଳ ଗୁଡିକ ନୂତନ କୃଷି ବିଲକୁ ବିରୋଧ କରିଛନ୍ତି । ସାରା ଦେଶରେ କୃଷକମାନେ ଏହି ବିଲକୁ ନେଇ କେତେକ ସ୍ଥାନରେ ବ୍ୟାପକ ଆନ୍ଦୋଳନ ଚଳାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.