ହାଇଦ୍ରାବାଦ: ତେଲେଙ୍ଗାନାର ନିଜାମାବାଦ ଲୋକସଭାର ବିଜେପି ସାଂସଦ ଧରମପୁରୀ ଅରବିନ୍ଦ (ଏଆଇଏମଆଇଏମ) ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଉଦ୍ଦିନ ଓୱେସୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି। ସେ ଧମକ ଦେବା ଛଳରେ କହିଛନ୍ତି ଯେ, ମୁଁ ତୁମକୁ ଚେତାବନୀ ଦେଉଛି କ୍ରେନରେ ଓଲଟା ଟାଙ୍ଗୀ ମୁଁ ତୁମର ଦାଢୀ କାଟିବି। ଏହାପରେ ଦାଢିକୁ ନେଇ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ଫଟୋରେ ଲଗାଇ କେସିଆରଙ୍କ ପ୍ରମୋଶନ କରିବି ବୋଲି କହିଛନ୍ତି ଧରମପୁରୀ।
ନିଜାମାବାଦର ବିଜେପି ସାଂସଦ ଏହା ପୂର୍ବରୁ ମଧ୍ୟ ଓୱେସୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ । ଗତ ମାସରେ ମଧ୍ୟ ସିଏଏକୁ ବିରୋଧ ପ୍ରସଙ୍ଗରେ ଓୱେସୀଙ୍କୁ ଟାର୍ଗେଟ କରିଥିଲେ ସେ। ସେତେବେଳେ ଧରମପୁରୀ କହିଥିଲେ ଯେ, ଓୱେସୀ ସିଏଏ ଅସାମ୍ବିଧାନିକ ଓ ସାମ୍ପ୍ରଦାୟିକ ବୋଲି କହି ବିରୋଧ କରୁଛନ୍ତି। ମୁଁ ତାଙ୍କୁ ପଚାରୁଛି କ’ଣ ଓୱେସୀ ପାକିସ୍ତାନ, ବାଙ୍ଗାଲାଦେଶରୁ ନିର୍ବାଚନ ଲଢିବେ କି? ଓୱେସୀ ବାରମ୍ବାର ଦେଶକୁ ବାଣ୍ଟିବା ପାଇଁ ପ୍ରୟାସ କରୁଛନ୍ତି।
ସିଏଏକୁ ବିରୋଧ କରି ଓୱେସୀ ସଂସଦରେ ପ୍ରବଳ ହଙ୍ଗାମା କରିଥିଲେ । ଏପରିକି ସିଏଏ ଉପରେ ଆଲୋଚନା ଚାଲିଥିବା ବେଳେ ସିଏଏ ବିଲର କପିକୁ ଫାଡି ଦେଇଥିଲେ। ଓୱେସୀ ମଧ୍ୟ ସିଏଏ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।