ETV Bharat / bharat

ଅନ୍ତର୍ଜାତୀୟ ଯୋଗ ଦିବସ: 'ଯିଏ ଫିଟ ସେ ହିଟ' ବାର୍ତ୍ତା ଦେଲେ ବିଜେପି ସାଂସଦ

ଶରୀର ସୁସ୍ଥ ପାଇଁ ଯୋଗାଭ୍ୟାସ ଅତ୍ୟନ୍ତ ଜରୁରୀ । ଏନେଇ ରାଜସ୍ଥାନ ମାଧୋପୁରର ବିଜେପି ସାଂସଦ ନିଜେ ଯୋଗାଭ୍ୟାସ କରିବା ସହ ଫିଟ ରହିବାକୁ ଦେଲେ ବାର୍ତ୍ତା । ଅଧିକ ପଢନ୍ତୁ...

ଗ ଦିବସରେ ଅଗ୍ନାଜାଣି ଯୋଗାଭ୍ୟାସ କରୁଛ୍ତି ସାଂସଦ

author img

By

Published : Jun 21, 2020, 3:03 PM IST

ଜୟପୁର: ସାମାଜିକ ସେବା ତଥା ଫିଟନେସ ମନ୍ତ୍ରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ରାଜସ୍ଥାନର ଟୋଙ୍କ-ସୱାଇ ମାଧୋପୁରର ବିଜେପି ସାଂସଦ ସୁଖବୀର ସିଂ ଜୈନାପୁରିୟା । ଅନ୍ତର୍ଜାତୀୟ ଯୋଗ ଦିବସରେ ଅଗ୍ନି ସାଧନା, ସ୍ନାନ, ଜିମରେ ବ୍ୟାୟାମ, ଶଙ୍ଖ ବଜାଇବା ସହିତ ଅନେକ ଯୋଗ କ୍ରିୟା କରିଛନ୍ତି । ଏହା ସହିତ ଦେଶବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, 'ଯିଏ ଫିଟ ସେ ହେଉଛି ହିଟ'।

ଗ ଦିବସରେ ଅଗ୍ନାଜାଣି ଯୋଗାଭ୍ୟାସ କରୁଛ୍ତି ସାଂସଦ
ଗ ଦିବସରେ ଅଗ୍ନାଜାଣି ଯୋଗାଭ୍ୟାସ କରୁଛ୍ତି ସାଂସଦ

ପ୍ରବଳ ଉତ୍ତାପରେ, ନିଜ ଚାରିପାଖରେ ନିଆଁ ଜାଳି ସାଧୁ ଏବଂ ସାଧୁମାନଙ୍କ ଆଧ୍ୟାତ୍ମିକ ଅଭ୍ୟାସର ଏକ ଅଂଶ ହୋଇପାରେ । କିନ୍ତୁ ଟୋଙ୍କ ସୱାଇ ମାଧୋପୁର ସାଂସଦ ଯୋଗ ଦିବସରେ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି । ଜୀବନରେ ସୁସ୍ଥ ରହିବାକୁ ହେଲେ ଫିଟ ରହିବା ନିହାତି ଆବଶ୍ୟକ ବୋଲି ବାର୍ତ୍ତା ଦେଇଛନ୍ତି । ଏହା ସହ ସୁଖବୀର ସିଂ ନିଜେ ଯୋଗ, ଜିମ ଏବଂ ଧ୍ୟାନରେ ପ୍ରତିଦିନ 3 ରୁ 4 ଘଣ୍ଟା ବିତାଇଥାନ୍ତି । ଯାହାଫଳେ ସେ ଗତ 4 ମାସ ମଧ୍ୟରେ 25 କିଗ୍ରା ଓଜନ ହ୍ରାସ କରିଥିବା ସୂଚନା ରହିଛି ।

ଯୋଗ ଦିବସରେ ଅଗ୍ନାଜାଣି ଯୋଗାଭ୍ୟାସ କରୁଛ୍ତି ସାଂସଦ

ସୁଖବୀର ସିଂଙ୍କ ଦିନ ନିଜ ଘରେ ଜିମରୁ ଆରମ୍ଭ ହୁଏ । ସେ ସାଇକେଲ ଚଳାଇବା ଠାରୁ ଯୋଗ ଅଭ୍ୟାସ ଏବଂ ବ୍ୟାୟାମରେ ସମୟ ଦେଇଥାନ୍ତି । ଯୁବକଙ୍କୁ ଆହ୍ବାନ ଦେବା ସହ ଦେଶର ଆଗାମୀ ପିଢି ସହିତ ଆମକୁ ଅତି କମରେ ବ୍ୟାୟାମ ପାଇଁ 1 ରୁ 2 ଘଣ୍ଟା ସମୟ ବାହାର କରିବା ଉଚିତ । ଯାହା ଦ୍ବାରା ଆମେ ଓ ଆମ ପରିବାର ସୁସ୍ଥ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.