ETV Bharat / bharat

‘ନଭେମ୍ବର ପରେ ନିର୍ମାଣ ହେବ ରାମ ମନ୍ଦିର’ - ସୁବ୍ରମଣ୍ୟମ ସ୍ବାମୀ

ନଭେମ୍ବର ପରେ ଦେଶ ପାଳିବ ଖୁସି । ନିର୍ମାଣ ହେବ ରାମ ମନ୍ଦିର। ଅଯୋଧ୍ୟା ଗସ୍ତରେ ଆସିଥିବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ବାମୀ।

ଫାଇଲ ଫଟୋ
author img

By

Published : Sep 24, 2019, 3:29 PM IST

ଲକ୍ଷ୍ନୌ: ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଜାରି ରହିଛି । ଆଉ ଏହାରି ଭିତରେ ବଡ଼ ବୟାନ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ଦଳର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ବାମୀ । ଚଳିତ ମାସରେ ସ୍ବାମୀ ଅଯୋଧ୍ୟା ଗସ୍ତ କରିବା ସହ ରାମଲଲାଙ୍କ ଦର୍ଶନ କରିଥିଲେ । ଏହା ସହ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ ।

ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ସୁବ୍ରମଣ୍ୟମ ସ୍ବାମୀ । ନଭେମ୍ବର ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ହିନ୍ଦୁଙ୍କର ମୌଳିକ ଅଧିକାର ମୁସଲିମଙ୍କ ସମ୍ପତ୍ତିର ଅଧିକାର ଠାରୁ ଉପରେ । ମୁସଲିମ୍ମାନଙ୍କର କେବଳ ସାଧାରଣ ଅଧିକାର ରହିଛି । ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ମୌଳିକ ଅଧିକାର ସର୍ବୋପରି ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ବାମୀ।

ରାମ ମନ୍ଦିରର ଅଧିକାଂଶ ଜମି ସରକାରଙ୍କ ନିକଟରେ ରହିଛି । ସରକାର ଜମି କାହାକୁ ବି ଦେଇପାରନ୍ତି । ତାହା ତାଙ୍କ ଅଧିକାର । ତେବେ ନଭେମ୍ବର ପରେ ଦେଶ ଖୁସି ପାଳିବ ନିଶ୍ଚିତ । ଏପରି ମତବ୍ୟକ୍ତ କରିଛନ୍ତି ସ୍ବାମୀ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.