ETV Bharat / bharat

ରାଜସ୍ଥାନର ରାଜକୁମାରୀ ରାମଙ୍କ ବଂଶଜ !

ରାଜସ୍ଥାନ ଜୟପୁରର ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ ନିଜକୁ ଭଗବାନ ରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି । ସେ ଭଗବାନ ରାମଙ୍କ ପୁଅ କୁଶଙ୍କ ବଂଶଜ ବୋଲି କହିଛନ୍ତି ।

author img

By

Published : Aug 11, 2019, 11:18 PM IST

ଫାଇଲ ଫଟୋ

ଜୟପୁର: ଘନେଇବାରେ ଲାଗିଛି ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ । ମାମଲାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟରେ ଜାରି ରହିଥିବା ବେଳେ ଏନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଭଗବାନ ରାମଙ୍କ ବଂଶଜ ବର୍ତ୍ତମାନ କେହି ଅଛନ୍ତି କି ନାହିଁ ସେନେଇ କୋର୍ଟ ଗତ 9 ତାରିଖରେ ପ୍ରଶ୍ନ କରିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଏହି ପ୍ରଶ୍ନର 2 ଦିନ ପରେ ରାଜସ୍ଥାନ ଜୟପୁରର ରାଜକୁମାରୀ ତଥା ବିଜେପି ସାଂସଦ ଦିୟା କୁମାରୀ ନିଜକୁ ଭଗବାନ ରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି । ସେ ଭଗବାନ ରାମଙ୍କ ପୁଅ କୁଶଙ୍କ ବଂଶଜ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରlତ

ରବିବାର ଏକ ଜାତୀୟ ଗଣମାଧ୍ୟମ ସାକ୍ଷାତକାରରେ ଦିୟା କହିଛନ୍ତି, ଜୟପୁରର ପୂର୍ବ ରାଜ ପରିବାର ଭଗବାନ ରାମଙ୍କ ପୁଅ କୁଶଙ୍କ ବଂଶଜ । ତାଙ୍କ ନିକଟରେ ଥିବା ପାଣ୍ଡୁଲିପି ଏବଂ ଦସ୍ତାବିଜ୍‌ ଆଧାରରେ ସେ ଏହି ଦାବି କରିଥିବା କହିଛନ୍ତି । ତେବେ ଜୟପୁରର ପୂର୍ବତନ ରାଜା ଏବଂ ତାଙ୍କ ପତ୍ନୀ ଭବାନୀ ସିଂହ କୁଶଙ୍କ 309 ପିଢୀର ବୋଲି ସେ କହିଛନ୍ତି ।

ବିଜେପି ସାଂସଦ ଦିୟା ଆହୁରି କହିଛନ୍ତି ଯେ, ଦୁନିଆରେ ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ଭଗବାନ ରାମଙ୍କ ବଂଶଜ ଅଟନ୍ତି । ଏଥିରେ ତାଙ୍କ ପରିବାର ମଧ୍ୟ ସାମିଲ ଅଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.