ETV Bharat / bharat

‘ସଂସ୍କୃତ କହୁଥିବା ଲୋକଙ୍କୁ ଡାଇବେଟିସ ହୋଇନଥାଏ’

author img

By

Published : Dec 14, 2019, 1:23 PM IST

ସଂସ୍କୃତ କହୁଥିବା ବ୍ୟକ୍ତିଙ୍କୁ ଡାଇବେଟିସ ଓ କୋଲେଷ୍ଟ୍ରଲ ହୋଇନଥାଏ। ସଂସଦରେ ଏଭଳି ଅଭିଭାଷଣ ଦେଇଛନ୍ତି ମଧ୍ୟପ୍ରଦେଶ ସତନା ଲୋକସଭା ସାଂସଦ ଗଣେଷ ସିଂ। ଅଧିକ ଖବର ପଢନ୍ତୁ...

SANSKRIT SPEAKING PERSON
ବିଜେପି ସାଂସଦଙ୍କ ବଡ ବୟାନ,ସଂସ୍କୃତ କହୁଥିବା ବ୍ୟକ୍ତିଙ୍କୁ ଡାଇବେଟିସ ହୋଇନଥାଏ

ନୂଆଦିଲ୍ଲୀ: ସଂସଦରେ ସାଧାରଣତଃ ଗୁରୁତ୍ବପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଏ। ହେଲେ କିଛି ସାଂସଦ ଅନେକ ସମୟରେ ଏପରି କିଛି ମତାମତ ଦେଇଥାନ୍ତି ଯାହା ଲୋକଙ୍କ ପାଇଁ କୌତୂହଳ ପାଲଟିଯାଏ।

ଉଦାହରଣ ସ୍ବରୁପ ଗତ କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଣଳା ସୀତରମଣ ପିଆଜ ଦରବୃଦ୍ଧିକୁ ନେଇ ଦେଇଥିବା ମତାମତ ଓ ଅନ୍ୟ ଏକ ପ୍ରସଙ୍ଗରେ ବୀରେନ୍ଦ୍ର ସିଂଙ୍କ ମତାମତ ଚର୍ଚ୍ଚାର ବିଷୟ ପାଲଟିଥିଲା। ବର୍ତ୍ତମାନ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶ ସତନା ଲୋକସଭା ସାଂସଦ ଗଣେଷ ସିଂ। ସଂସଦରେ ସେ ଦେଇଥିବା ମତାମତକୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯେତେବେଳେ ସଂସ୍କୃତ ୟୁନିଭର୍ସିଟି ବିଲ-2019 ଉପରେ ଲୋକସଭାରେ ଆଲୋଚନା କରାଯାଉଥିଲା, ସେତେବେଳେ ସାଂସଦ ଗଣେଷ ସିଂ ଏପରି ମତ ଦେଇଥିଲେ। ଯାହା ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ହସେଇ ହସେଇ ବେଦମ କରିଦେଇଥିଲା। ତାଙ୍କର କହିବା ଅନୁସାରେ, ସଂସ୍କୃତ କହୁଥିବା ବ୍ୟକ୍ତିଙ୍କ ସ୍ନାୟବିକ ପକ୍ରିୟା ସଠିକ୍ ରହିବା ସହ ଡାଇବେଟିସ ଓ କୋଲୋଷ୍ଟ୍ରଲ ଦେଖା ଯାଇନଥାଏ।

ଏହାସହ ବିଶ୍ବର 97 ପ୍ରତିଶତ ଭାଷାର ସୃଷ୍ଟି ସଂସ୍କୃତରୁ ହୋଇଥାଏ ବୋଲି ସାଂସଦ ଗଣେଷ ସିଂ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯଦି କମ୍ପ୍ୟୁଟର ପୋଗ୍ରାମିଂ ସଂସ୍କୃତରେ କରାଯିବ, କୌଣସି ଅସୁବିଧା ରହିବନି।

ଏହି ଅଭିଭାଷଣକୁ ନେଇ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ସହ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ମୋ ଜେଜେ ବାପା ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ରହିଛନ୍ତି। ଏହାସହ ପ୍ରତିଦିନ ସଂସ୍କୃତ ପଢୁଛନ୍ତି କିନ୍ତୁ ସେ 40 ବର୍ଷ ହେବ ମଧୁମେହ ରୋଗରେ ପୀଡିତ ଅଛନ୍ତି।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.