ETV Bharat / bharat

ବିହାର ନିର୍ବାଚନ, ଆଜି 50 ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

author img

By

Published : Oct 5, 2020, 7:55 AM IST

ତିନି ପର୍ଯ୍ୟାୟରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) 50ରୁ ଅଧିକ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି । ଯେଉଁଥିରେ ସହଯୋଗୀ ଜେଡି (ୟୁ) ଏହାର ଦାବି ରଖି ନାହାଁନ୍ତି । ଆସନ ବାଣ୍ଟିବା ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ବିଜେପିର କେନ୍ଦ୍ରୀୟ ଏବଂ ରାଜ୍ୟ ନେତାମାନେ ଆଜି ସକାଳ 9 ଟାରେ ଆଉ ଏକ ରାଉଣ୍ଡ ବୈଠକ କରିବାର ସମ୍ଭାବନା ରହିଛି।

ବିହାର ନିର୍ବାଚନ, ଆଜି ପ୍ରଥମେ ବିଜେପି କରିବ 50 ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଛି । ହେଲେ ଏଯାଏଁ କୌଣସି ମେଣ୍ଟ ଦଳରେ ଆସନ ବଣ୍ଟନକୁ ନେଇ ଅଙ୍କକଷା ଛିଡେଇ ପାରୁନି । ଏପରିସ୍ଥିତିରେ ତିନି ପର୍ଯ୍ୟାୟରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) 50 ରୁ ଅଧିକ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି।

ଆସନ୍ତା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାୟ ସମସ୍ତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ରବିବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଏକ ବୈଠକ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

ଏହି ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଶାହନାୱାଜ ହୁସେନ, ଭୁପେନ୍ଦ୍ର ଯାଦବଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଉପସ୍ଥିତ ରହିଥିଲେ। ବୈଠକରେ ବରିଷ୍ଠ ନେତାମାନେ ମଧ୍ୟ ନାମ ଉପରେ ଆଲୋଚନା କରିଥିଲେ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ୟୁନିଟ୍ ଦ୍ବାରା ପ୍ରସ୍ତାବିତ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରେ ବିଚାର ବିମର୍ଶ କରିଥିଲେ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ଚିରାଗ ପାସୱାନଙ୍କ ଦଳ ମିଳିତ ମଞ୍ଚ ଛାଡି ଅକ୍ଟୋବର-ନଭେମ୍ବର ନିର୍ବାଚନରେ ଏକାକୀ ଯିବେ ବୋଲି ଘୋଷଣା କରିବା ପରେ ବିଜେପି ଏବଂ ଜେଡି (ୟୁ) ଏକ ବିବାଦ ଭିତରକୁ ଆସିଥିଲେ। ରବିବାର ଦିନ ବିହାରରେ ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରମୁଖ ସହଯୋଗୀ ଲୋକ ଜନକ୍ଷେତ୍ର ପାର୍ଟି (ଏଲଜେପି) ନୀତୀଶ କୁମାରଙ୍କ ଜେଡି(ୟୁ) ସହିତ “ଆଦର୍ଶଗତ ମତଭେଦ” ଦର୍ଶାଇ ମେଣ୍ଟରୁ ବାହାରିଛି।

ବିଜେପି ଦ୍ବାରା ଘୋଷିତ ହେବାର ତାଲିକାରେ ପ୍ରଥମ ପର୍ଯ୍ୟାୟ ପାଇଁ ଅନେକ ନାମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ କେତେକ ଆସନ ଅନ୍ତର୍ଭୁକ୍ତ ହେବ ଯେଉଁଥିରେ ସହଯୋଗୀ ଜେଡି (ୟୁ) ଏହାର ଦାବି ରଖି ନାହାଁନ୍ତି। ଆସନ ବାଣ୍ଟିବା ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ବିଜେପିର କେନ୍ଦ୍ରୀୟ ଏବଂ ରାଜ୍ୟ ନେତାମାନେ ଆଜି ସକାଳ 9 ଟାରେ ଆଉ ଏକ ରାଉଣ୍ଡ ବୈଠକ କରିବାର ସମ୍ଭାବନା ରହିଛି ।

ଏହାପୂର୍ବରୁ ଜେଡି-ୟୁ ଏବଂ ବିଜେପି ପ୍ରତ୍ୟେକ 105-110 ଟି ଆସନ ଖୋଜୁଥିଲେ। କିନ୍ତୁ ଏଲଜେପି ଓହରି ଯିବା ପରେ ଏହାର 42 ଟି ଆସନ ପାଇଁ ଚାହିଦା ମଧ୍ୟ ଶେଷ ହୋଇ 35କୁ ଖସି ଆସିଛି। ଜେଡି-ୟୁ ନିଜ ଦଳରେ ଜିତନ ରାମ ମାଝିଂଙ୍କୁ ସ୍ଥାନିତ କରିବ ବୋଲି ଶୁଣାଯାଉଛି । ସୂତ୍ରରୁ ପ୍ରକାଶ ଯେ ରବିବାର ଦିନ ବିଜେପିରେ ଯୋଗ ଦେଇଥିବା ଏସି ସୁଟର ଶ୍ରେୟାଶି ସିଂ ଜାମୁଇ ଅମରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଛିଡା ହେବାର ସମ୍ଭାବନା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.