ନୂଆଦିଲ୍ଲୀ: ଦିଲ୍ଲା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେବଳ ଲୋକ ଦେଖାଣିଆ ରାଜନୀତି କରୁଛନ୍ତି । ସୋମବାର ଦିଲ୍ଲୀ ସରକାର ମହିଳାଙ୍କୁ ମାଗଣା ଯାତ୍ରା ଘୋଷଣା ପରେ ଏପରି ମନ୍ତବ୍ୟ ରଖିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ଗୋଏଲ ।
ବିଜୟ ଗୋୟଲ ଏକ ପ୍ରମୁଖ ଗଣମାଧ୍ୟମକୁ କହିଛନ୍ତି, କେଜ୍ରିୱାଲ ନିର୍ବାଚନ ଜିତିବା ପାଇଁ ଲୋକମାନଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଆମ୍ ଆଦମୀ ପାର୍ଟି 17 ତମ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ସମସ୍ତ 7ଟି ସିଟ୍ ହାରିଯାଇଛି । ତେଣୁ ଆଗକୁ ବିଧାନସଭା ନିର୍ବାଚନ ଅଛି । ସେଥିପାଇଁ ସେ ଏପରି ଲୋକ ଦେଖାଣିଆ ରାଜନୀତି କରୁଛନ୍ତି ବୋଲି ଗୋଏଲ କହିଛନ୍ତି ।
ପ୍ରକାଶ ଥାଉକି, ସୋମବାୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସମସ୍ତ ଦିଲ୍ଲୀ ପରିବହନ ନିଗମ(ଡିଟିସି)ର ବସ, କ୍ଲଷ୍ଟର ବସ ଏବଗ ଦିଲ୍ଲୀ ମେଟ୍ରୋ ଟ୍ରେନରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛନ୍ତି । ତେବେ ଏହାକୁ ନେଇ ସୋମବାର ବିଜେପିର ବରିଷ୍ଠ ନେତା ବିଜୟ ଗୋଏଲ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି ।