ETV Bharat / bharat

ବିଜେପିର ଦାବି, କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛି ଦିଲ୍ଲୀ ସରକାର

author img

By

Published : May 24, 2020, 11:18 AM IST

ଦେଶର ସବୁଠାରୁ ଅତ୍ୟଧିକ କୋରୋନା ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଥିବାବେଳେ, 4 ନମ୍ବରରେ ଦିଲ୍ଲୀ ରହିଛି । ଦିଲ୍ଲୀରେ କୋରୋନା ସଂଖ୍ୟାରେ ବାରବାର ବୃଦ୍ଧି ହେଉଥିବାବେଳେ ଏଥିରେ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

ବିଜେପିର ଦାବି, କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛି ଦିଲ୍ଲୀ ସରକାର
ବିଜେପିର ଦାବି, କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛି ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଲଗାତାର ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତ ସଂଖ୍ୟା । ସେହି ଅନୁଯାୟୀ, ମୃତ୍ୟୁ ସଂଖ୍ୟାର ହାର ବହୁତ କମ ରହିଛି । ଯାହାକୁ ନେଇ କେଜରିଓ୍ବାଲ ସରକରାଙ୍କ ଉପରେ ପ୍ରଶ୍ନ ଉଠେଇଛି ବିଜେପି । ବିଜେପି ଶାସିତ ନାଗରିକ ସଂଗଠନର ବରିଷ୍ଠ ନେତାମାନେ ଶନିବାର କହିଛନ୍ତି ଯେ, ଜାତୀୟ ରାଜଧାନୀରେ ଶ୍ମଶାନ ଘାଟ ଏବଂ କବରସ୍ଥାନରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ-19ରେ ମୃତ୍ୟୁ ସଂଖ୍ୟା ଏବଂ ଦିଲ୍ଲୀ ସରକାରଙ୍କ ରିପୋର୍ଟ କରିଥିବା ସଂଖ୍ୟା ଭିତରେ ବହୁତ ବଡ ପାର୍ଥକ୍ୟ ରହିଛି । ଏହି ଅଭିଯୋଗ ଉପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ବିଜେପି ନେତୃତ୍ୱାଧୀନ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ସ୍ଥାୟୀ ସମିତିର ଅଧ୍ୟକ୍ଷ ଜୟ ପ୍ରକାଶ ଦାବି କରିଛନ୍ତି ଯେ, ମେ 21 ସୁଦ୍ଧା କୋଭିଡ-19 ରେ ମୃତ୍ୟୁବରଣ କରିଥିବା 282 ଜଣଙ୍କୁ ଏହି ଅଞ୍ଚଳରେ ପୋତି ଦିଆଯାଇଥିଲା କିମ୍ବା ଅନ୍ତିମ ସଂସ୍କାର କରାଯାଇଥିଲା। ସେହିପରି ବିଜେପି ନେତୃତ୍ୱାଧୀନ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ବିରୋଧୀଦଳର ନେତା କମଲଜିତ ସେହରାୱତ ମଧ୍ୟ ଦାବି କରିଛନ୍ତି ଯେ, ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେହି ଅଞ୍ଚଳରେ କୋଭିଡ-19ରେ ମୃତ୍ୟୁବରଣ କରିଥିବା 309 ଜଣଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା କିମ୍ବା କବର ଦିଆଯାଇଥିଲା।

ଦିଲ୍ଲୀ ସରକାର ଜାରି କରିଥିବା ବୁଲେଟିନ୍ ଅନୁଯାୟୀ, ମେ 23 ପର୍ଯ୍ୟନ୍ତ କୋଭିଡ-19 ରେ 231 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରକାଶ କହିଛନ୍ତି, 'ଯଦି ଆପଣ ଏନଡିଏମସି ଏବଂ ଏସଡିଏମସି ଦେଇଥିବା ମୃତ୍ୟୁ ଆକଳନକୁ ଦେଖନ୍ତି, ତେବେ ଆପଣ ଜାଣିବେ ଯେ ମେ 21 ପର୍ଯ୍ୟନ୍ତ ପ୍ରାୟ 600 ମୃତ୍ୟୁ ଘଟିଛି, ଯାହା ଦିଲ୍ଲୀ ସରକାର ଦେଇଥିବା ଆକଳନଠାରୁ 3 ଗୁଣ ଅଧିକ। ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟି ସରକାର ମୁହଁ ଲୁଚାଇବା ପାଇଁ ମୃତ୍ୟୁ ସଂଖ୍ୟା କମ ଥିବା କହୁଛନ୍ତି। ବିରୋଧୀ ଦଳର ଏହି ଆକ୍ରମଣକୁ ଶାସକ ଆପା ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହିଁ ।

ତେବେ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ରାଜଧାନୀ ଦିଲ୍ଲୀରେ କୋରୋନା ପଜିଟିଭ ସଂଖ୍ୟା 12 ହଜାର 910 ରହିଛି । ସେଥିମଧ୍ୟରୁ 6412 ଟି ମାମଲା ସକ୍ରିୟ ରହିଛି । ଏଥିରେ 231 ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ, 3 ହଜାର 768 ଜଣ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.