ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ଏକାଠି ଲଢିବେ ବିଜେପି-ଜେଡିୟୁ-ଏଲଜେପି

author img

By

Published : Aug 23, 2020, 3:30 PM IST

ବିହାର ବିଧାନସଭା ନିର୍ବାଚନ ବିଜେପି, ଜେଡିୟୁ ଏବଂ ଏଲଜେପି ଏକାଠି ଲଢିବେ ବୋଲି ନଡ୍ଡା କହିଛନ୍ତି । ଏଥିସହ ନୀତୀଶ କୁମାରଙ୍କ ନେତୃତ୍ବରେ ବିହାର ବିଧାନସଭା ନିର୍ବାଚନ ଲଢାଯିବ ବୋଲି ସେ କହିଛନ୍ତି।

ବିହାର ବିଧାନସଭା ନିର୍ବାଚନ: ଏକାଠି ଲଢିବେ ବିଜେପି-ଜେଡିୟୁ-ଏଲଜେପି
ବିହାର ବିଧାନସଭା ନିର୍ବାଚନ: ଏକାଠି ଲଢିବେ ବିଜେପି-ଜେଡିୟୁ-ଏଲଜେପି

ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ଏକାକୀ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ବିହାର ବିଧାନସଭା ନିର୍ବାଚନ ବିଜେପି, ଜେଡିୟୁ ଏବଂ ଏଲଜେପି ଏକାଠି ଲଢିବେ ବୋଲି ନଡ୍ଡା କହିଛନ୍ତି । ଏଥିସହ ନୀତୀଶ କୁମାରଙ୍କ ନେତୃତ୍ବରେ ବିହାର ବିଧାନସଭା ନିର୍ବାଚନ ଲଢାଯିବ ବୋଲି ସେ କହିଛନ୍ତି।

ବିହାରରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିହାର ବିଜେପି କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଏହି ଭର୍ଚୁଆଲ୍ ବୈଠକରେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ନଡ୍ଡା ଏଭଳି ଘୋଷଣା କରିଛନ୍ତି । ଗତ କିଛି ଦିନରୁ ଏଲଜେପି ସଭାପତି ଚିରାଗ ପାସୱାନ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏପରିକି ଉଭୟ ଦଳ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଲଗାଉଥିଲେ । ଏଭଳି ସମୟରେ ନଡ୍ଡାଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଯେତେବେଳେ ବି ବିଜେପି, ନୀତୀଶ କୁମାର ଏବଂ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ଏକାଠି ଲଢିଛନ୍ତି, ସେତେବେଳେ ତାଙ୍କର ବିଜୟ ହୋଇଛି। ଚଳିତ ଥର ମଧ୍ୟ ଏହି 3 ଦଳ ଏକାଠି ଲଢି ନିର୍ବାଚନ ​​ଜିତିବେ ବୋଲି ଆସ୍ଥା ପ୍ରକଟ କରିଛନ୍ତି ନଡ୍ଡା । ବିଜେପି ସହି ଏନଡିଏର ସହଯୋଗୀ ଦଳ ଜେଡିୟୁ ଏବଂ ଏଲଜେପି ମଧ୍ୟ ନିର୍ବାଚନରେ ​​ଜିତିବା ଉଚିତ ବୋଲି ନଡ୍ଡା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର-ନଭେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.