ନୂଆଦିଲ୍ଲୀ: ସିବିଆଇ ଚଢାଇ ହେବା ପରେ ନିଜ ଭାଇଙ୍କ ପ୍ରତି ଦରଦ ଦେଖାଇଛନ୍ତି ମାୟାବତୀ । ଭାଇ ଆନନ୍ଦ କୁମାରଙ୍କ ସମ୍ପତ୍ତି ଜବତ ହେବା ପରେ ବିଜେପି ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି(ବିଏସପି) ଅଧ୍ୟକ୍ଷା ମାୟାବତୀ । ଏନେଇ ସେ ଟ୍ବିଟ କରି କହିଛନ୍ତି ବିଜେପି କ୍ଷମତାର ଦୂରୁପଯୋଗ କରିଛି । ନିଜର ବିରୋଧୀଙ୍କୁ ଫସେଇବା ପାଇଁ ଚେଷ୍ଟା କରୁଛି ବିଜେପି । ହେଲେ ଆମେ କେବେ ଡରିବୁନି କିମ୍ବା ନତମସ୍ତକ ହେବୁ ନାହିଁ ।
ଏଥସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, 2003ରେ ଆମ ସହ ଏପରି ସମାନ ଘଟଣା ଘଟିଥିଲା । ସେତେବେଳେ ମଧ୍ୟ ବିଜେପି ସରକାର ଆୟକର ବିଭାଗ ଏବଂ ସିବିଆଇ ଜରିଆରେ ଆମ ବିରୋଧରେ ଚଢାଉ କରିଥିଲେ । କନ୍ତୁ ବହୁ ସଂଘର୍ଷ ପରେ ସୁପ୍ରିମକୋର୍ଟ ଆମକୁ ନ୍ୟାୟ ଦେଇଥିଲେ । ବିଜେପି ଷଡଯନ୍ତ୍ର ମାଧ୍ୟମରେ ବିପକ୍ଷ ଦଳଙ୍କୁ ଫସେଇବାକୁ ଚାହୁଁଛି । ଏହି କ୍ରମରେ ଏବେ ଆମ ଭାଇ-ଭଉଣୀଙ୍କୁ ଜବରଦସ୍ତି ଫସେଇବାକୁ ଉଦ୍ୟମ ଚାଲିଛି ।
ଗୁରୁବାର ଆୟକର ବିଭାଗ ମାୟାବତୀଙ୍କ ଭାଇ ତଥା ବିଏସପି ନେତା ଆନନ୍ଦ କୁମାରଙ୍କ କମ୍ପାନୀର 400 କୋଟି ଟଙ୍କାରେ ପ୍ରାୟ 7 ଏକର ଜମିରେ ନିର୍ମିତ ଫ୍ଲାଟକୁ ଜବତ କରିଛି । ତାଙ୍କ ଉପରେ ଅଭିଯୋଗ ଆସିଛି ଯେ ଯେଉଁ ମୂଲ୍ୟରେ ଏହି ପ୍ଲଟ କିଣାଯାଇଛି ତାହା ଏକ ନକଲି କମ୍ପାନୀ ଜରିଆରେ କିଣାଯାଇଛି । ଆଉ ଏହି ପ୍ଲଟ ନୋଏଡା ସେକ୍ଟର 94ରେ ରହିଛି । କୁହାଯାଉଛି ଯେ 400 କୋଟି ଟଙ୍କାର ଯେଉଁ ପ୍ଲଟ କିଣାଯାଇଛି ତାହା ଲାଞ୍ଚ ଟଙ୍କାରେ କିଣାଯାଇଛି ।