ETV Bharat / bharat

ବିଜେପିର ହ୍ବାଟସ ଆପ ସହ ଲିଙ୍କ୍ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ - rahul gandhi

ମୋଦି ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟସ୍ ଆପ ନିୟନ୍ତ୍ରଣ କରୁଥିବା ନେଇ ପୁଣିଥରେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ବିଜେପିର ହ୍ବାଟସ୍ ଆପ ସହ ସମ୍ପର୍କକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

author img

By

Published : Aug 29, 2020, 4:13 PM IST

ନୂଆଦିଲ୍ଲୀ: ମୋଦି ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟସ୍ ଆପ ନିୟନ୍ତ୍ରଣ କରୁଥିବା ନେଇ ପୁଣିଥରେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହ୍ବାଟ୍‌ସ ଆପକୁ ନେଇ ସେ ଶନିବାର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।

ବିଜେପିର ହ୍ବାଟସ୍ ଆପ ସହ ସମ୍ପର୍କକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ
ବିଜେପିର ହ୍ବାଟସ୍ ଆପ ସହ ସମ୍ପର୍କକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଟାଇମ୍ ମାଗାଜିନର ଏକ ରିପୋର୍ଟକୁ ଦର୍ଶାଇ କହିଛନ୍ତି, 40 କୋଟି ଭାରତୀୟ ହ୍ବାଟସ୍ ଆପ ବ୍ୟବହାର କରନ୍ତି । ଭାରତରେ ମଧ୍ୟ ଏହି ପ୍ଲାଟଫର୍ମ ଟଙ୍କା କାରବାର ପାଇଁ ବ୍ୟବହୃତ ହେଉ ବୋଲି ହ୍ବାଟସ୍ ଆପ ଚାହୁଁଛି। ତେବେ ଏଥିପାଇଁ ମୋଦି ସରକାରଙ୍କ ଅନୁମତି ଆବଶ୍ୟକ। ଏହିପରି ଭାବରେ ବିଜେପିର ହ୍ବାଟ୍‌ସ ଆପ ଉପରେ ନିୟନ୍ତ୍ରଣ ରହିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଟାଇମ୍ ମାଗାଜିନର ଏକ ରିପୋର୍ଟର ପ୍ରତିକ୍ରିୟାରେ ରାହୁଲ ଗାନ୍ଧୀ ଏଭଳି କହିଛନ୍ତି । ଏହି ରିପୋର୍ଟ ଫେସବୁକ୍ ଏବଂ ହ୍ବାଟ୍‌ସ ଆପ ବ୍ୟବସାୟ ତଥା ଭେଦଭାବ ସୃଷ୍ଟିକାରୀ ଭାଷଣ ସହିତ ଜଡିତ ଅଛି । ଟାଇମ୍ ମାଗାଜିନର ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତର ଶାସକ ଦଳ ସହିତ ଫେସବୁକର ସମ୍ପର୍କ ଭେଦଭାବ ସୃଷ୍ଟିକାରୀ ଭାଷଣ ବିରୋଧୀ ଲଢେଇରେ ବାଧା ସୃଷ୍ଟି କରୁଛି ।

ଟାଇମ୍ ମାଗାଜିନର ରିପୋର୍ଟ ଅନୁଯାୟୀ, ଭାରତ ଫେସବୁକ୍ ପାଇଁ ବହୁତ ବଡ ମାର୍କେଟ ଭାବରେ ଉଦ୍ଭା ହୋଇଛି । ଦେଶର 32.8 କୋଟି ଲୋକ ଫେସବୁକ ବ୍ୟବହାର କରୁଥିବାବେଳେ ହ୍ବାଟ୍‌ସ ଆପ ବ୍ୟବହାରକାରୀଙ୍କ ସଂଖ୍ୟା 40 କୋଟି ରହିଛି ।

ସୂଚନାଯୋଗ୍ୟ ଯେ, ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅଗଷ୍ଟ 14 ରେ ପ୍ରକାଶ କରିଥିଲା ଯେ, ଫେସବୁକ୍ ବିଜେପି ନେତାଙ୍କ ଉତ୍ତେଜନାମୂଳକ ଭାଷଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । କାରଣ ଏହାଦ୍ବାରା ଭାରତରେ ତାର ବ୍ୟବସାୟ ଉପରେ ପ୍ରଭାବ ପଡିବ । ଯାହାକୁ ନେଇ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମିଥ୍ୟା ଖବର, ଭେଦଭାବ ସୃଷ୍ଟିକାରୀ ଭାଷଣ ଏବଂ ପକ୍ଷପାତିତା ମାଧ୍ୟମରେ ଗଣତନ୍ତ୍ରର କ୍ଷତି କରିବାକୁ ଆମେ ଅନୁମତି ଦେବୁ ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ପ୍ରତ୍ୟେକ ଭାରତୀୟ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌ର ପ୍ରକାଶନ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ବୋଲି ସେ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.