ETV Bharat / bharat

ବିହାର ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ବଡ ବୈଠକ

ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଜାରି ରହିଛି ଜାତୀୟ ନିର୍ବାଚନ କମିଟି ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ବଡ ବୈଠକ
ବିହାର ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ବଡ ବୈଠକ
author img

By

Published : Oct 4, 2020, 9:11 PM IST

ପାଟନା: ବିହାର ନିର୍ବାଚନକୁ ମାତ୍ର ଅଳ୍ପ କେଇଟା ଦିନ ବାକି ରହିଛି । ହେଲେ ଏଯାଏଁ କୌଣସି ମେଣ୍ଟ ଦଳରେ ଆସନ ବଣ୍ଟନକୁ ନେଇ ଛିଡି ପାରୁନି ଅଙ୍କକଷା । ଏପରିସ୍ଥିତିରେ ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଜାରି ରହିଛି ଜାତୀୟ ନିର୍ବାଚନ କମିଟି ବୈଠକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଶାହନାୱାଜ ହୁସେନ, ଭୁପେନ୍ଦ୍ର ଯାଦବଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଅଛନ୍ତି । ବୈଠକରେ ଟିକଟ ବଣ୍ଟନକୁ ନେଇ ଆଲୋଚନା ହେଉଥିବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷେ ବିହାର ନିର୍ବାଚନ ପୂର୍ବରୁ ଏନଡିଏରେ ଦେଖାଦେଇଛି ଫାଟ । ସହଯୋଗୀ ଦଳ ଏଲଜେପିର ମୁଖ୍ୟ ଚିରାଗ ପାସୱାନ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଲଢିବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.