ETV Bharat / bharat

କେଜ୍ରିୱାଲଙ୍କୁ ଟକ୍କର ଦେବେ ବିଜେପିର ସୁନୀଲ, କଂଗ୍ରେସର ରୋମେଶ

author img

By

Published : Jan 21, 2020, 12:58 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଓ ନାମାଙ୍କନ ପତ୍ର ଦାଖଲ ପର୍ବ ଜାରି ରହିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସିଧାସଳଖ ଆପ୍‌ ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଥିବା ରାଜନୈତିକ ବିଶାରଦ ଆକଳନ କରିଛନ୍ତି । ବହୁ ଚର୍ଚ୍ଚିତ ନୂଆଦିଲ୍ଲୀ ଆସନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିପକ୍ଷରେ ବିଜେପି ସୁନିଲ ଯାଦବ ଓ କଂଗ୍ରେସ ରୋମେଶ ସଭରୱାଲାଙ୍କୁ ଟିକେଟ ଦେଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଓ ନାମାଙ୍କନ ପତ୍ର ଦାଖଲ ପର୍ବ ଜାରି ରହିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସିଧାସଳଖ ଆପ୍‌ ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଥିବା ରାଜନୈତିକ ବିଶାରଦ ଆକଳନ କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଅରବିନ୍ଦ ସରକାର ପୁଣି ଥରେ ଦିଲ୍ଲୀ ଦଖଲ କରିବ ଓ ସଂଖ୍ୟା ଖେଳରେ ଆପ୍‌ ହିଁ ଚମ୍ପିୟାନ ଟ୍ରଫି ଉତ୍ତୋଳନ କରିବା କଥା ଦେଖାଇଥିଲେ । ଏପରିସ୍ଥଳେ ଦିଲ୍ଲୀ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରି ସାରିଲେଣି ତିିନି ପ୍ରମୁଖ ଦଳ । ଆପ୍‌ ଦିଲ୍ଲୀ ବିଧାନସଭାର 70 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ହାଇଭୋଲଟେଜ୍‌ ଆସନ ନୂଆଦିଲ୍ଲୀ ଆସନରେ ଲଢିବେ ଆପ୍‌ ମୁଖିଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏବେ ଗତକାଲି ବିଳମ୍ବିତ ରାତ୍ରୀରେ ବିଜେପି ଦ୍ବିତୀୟ ପର୍ଯ୍ୟାୟରେ 10 ଓ କଂଗ୍ରେସ 7 ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ବହୁ ଚର୍ଚ୍ଚିତ ନୂଆଦିଲ୍ଲୀ ଆସନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ବିଜେପି ସୁନିଲ ଯାଦବ ଓ କଂଗ୍ରେସ ରୋମେଶ ସଭରୱାଲାଙ୍କୁ ଟିକେଟ ଦେଇଛି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିପକ୍ଷରେ ସୁନିଲ ଯାଦବଙ୍କୁ ବିଜେପି ଟିକେଟ ଦେବା ପରେ ଏବେ ଚର୍ଚ୍ଚାରେ ସୁନିଲ । ସୁନିଲ ପେଶାରେ ଜଣେ ଓକିଲ । ଏହାସହ ସେ ଭାରତୀୟ ଜନତା ଯୁବା ମୋର୍ଚ୍ଚା ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ସୁନିଲ ଦିଲ୍ଲୀରେ ବିଜେପିର ଜଣେ ଆଗଧାଡିର ନେତା ହିସାବରେ ପରିଗଣିତ ହେଉଛନ୍ତି । ଏବେ ନୂଆଦିଲ୍ଲୀ ହାଇପ୍ରୋଫାଇଲ ସିଟ୍‌କୁ ନେଇ ରାଜନୀତି ସରଗରମ ରହିଛି । ଜଣେ ଯୁବ ଚେହେରାକୁ ଟିକେଟ ଦେଇ ବିଜେପି ନୂଆଦିଲ୍ଲୀ ସିଟ୍‌ ବିଜୟ ନେଇ ଏକ ଚ୍ୟାଲେଞ୍ଜ ନେଇଛି ।

ସେହିପରି ଅରବିନ୍ଦଙ୍କୁ ଟକ୍ଟର ଦେବା ପାଇଁ କଂଗ୍ରେସ ରୋମେଶ ସଭରୱାଲଙ୍କୁ ପ୍ରାର୍ଥୀ କରିଛି । ରୋମେଶ 40 ବର୍ଷ ହେଲା କଂଗ୍ରେସ ସକ୍ରିୟ ସଦସ୍ୟ ରହିଆସିଛନ୍ତି । ଏହାସହ ସେ ଅନେକବାର ନୂଆଦିଲ୍ଲୀ ସିଟ୍‌ ପାଇଁ ଟିକେଟ ଲବି ମଧ୍ୟ କରିଛନ୍ତି । ଏବେ ରୋମେଶଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ 70 ଟି ବିଧାନସଭା ଆସନରୁ ୬୬ଟିରେ ଲଢ଼ିବ ଓ ସହଯୋଗୀ ଆରଜେଡି ସୋମବାର ୪ ଆସନରେ ନିର୍ବାଚନ ଲଢିବ । ସେହପରି ବିଜେପି ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ସହ ମେଣ୍ଟ କରି ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ଭାଜପା ୬୭ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨ ଆସନରେ ଜେଡିୟୁ ଓ ଗୋଟିଏ ଆସନରେ ଏଲ୍‌ଜେପି ପ୍ରାର୍ଥୀ ଲଢିବେ ।

ଉଲ୍ଲେଖଯୋଗ୍ୟ, ଯେ ବିଜେପି 17 ଜାନୁୟାରୀରେ 57 ଜଣ ପ୍ରାର୍ଥୀଙ୍କ ଏକ ତାଲିକା ଜାରି କରିଥିଲା । ପରେ ସୋମବାର ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ଆଉ ୧୦ ଜଣଙ୍କ ନାଁ ଘୋଷଣା କରାଯାଇଛି । ସେହପରି କଂଗ୍ରେସ ଅନ୍ୟପକ୍ଷରେ କଂଗ୍ରେସ ୭୦ଟି ବିଧାନସଭାରୁ ପ୍ରଥମ ପର୍ଯ୍ୟାୟରେ ୫୪ଟି ଓ ଦ୍ବିତୀୟ ପର୍ଯ୍ୟାୟରେ 7ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁୟାରୀ ୨୧କୁ ରଖାଯାଇଛି । ଜାନୁୟାରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ । ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି । ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୧୧ରେ ଘୋଷଣା କରାଯିବ । ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.