ନୂଆଦିଲ୍ଲୀ: ପ୍ରିୟଙ୍କାଙ୍କ ଲୁକରେ ମମତା ବାନାର୍ଜୀ । ଏ ନେଇ ସୋଲିଆଲ ମିଡିଆରେ ଚର୍ଚ୍ଚା । ତେବେ ଫଟୋ ସେୟାର କରି ଫସିଗଲେ ବିଜେପି ମହିଳା କର୍ମୀ । ପଶ୍ଚିମବଙ୍ଗ ହାୱଡା ଥାନା ଅଧିକାରୀଙ୍କ ସୂଚନା ମୁତବାକ ଫଟୋ ସେୟାର କରିଥିବା ବିଜେପି ମହିଳା କର୍ମୀ ଗିରଫ ହୋଇ ଜେଲ ଯାଇଛନ୍ତି ।
ସୂଚନାନୁଯାୟୀ, ମହିଳା ବିଜେପି କର୍ମୀ ପ୍ରିୟଙ୍କା ଶର୍ମା ସୋସିଆଲ ମିଡିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏକ ଫଟୋ ପୋଷ୍ଟ କରି ଗିରଫ ହୋଇଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ମିଟ ଗାଲାର ଲୁକକୁ ଭିନ୍ନ ଭିନ୍ନ ଫଟୋ ସେୟାର ହେଉଥିବା ବେଳେ ମମତାଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ବିଜେପି କର୍ମୀ ଜଣକ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଥିଲେ ।
ଏନେଇ ଦାସନଗର ପୋଲିସ ଥାନାରେ ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ବିଜେପି ଯୁବା ମୋର୍ଚ୍ଚା ନେତାଙ୍କ ଏଭଳି ଆଚରଣ କମ୍ୟୁନିଟି ଗାଇଡ ଲାଇନ ଉଲ୍ଲଙ୍ଘନ କରୁଛି ବୋଲି କହିଛନ୍ତି ହାୱାଡା ସିଟି ପୋଲିସର ସାଇବ ସେଲ ।
ମିଟ ଗାଲା ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ଜୋହାନ୍ସ ଏଥିରେ ସାମିଲ ହୋଇଥିଲେ । ବିବାହ ପରେ ଏହା ଥିଲା ପ୍ରିୟଙ୍କାଙ୍କ ଦ୍ବିତୀୟ ଇଭେଣ୍ଟ ।