ETV Bharat / bharat

ମନରେଗାରେ 200 ଦିନ କାମ ଦେବାକୁ ରାଜ୍ୟସଭାରେ ଦାବି

author img

By

Published : Sep 19, 2020, 10:37 AM IST

ରାଜ୍ୟସଭାରେ ମନରେଗା ଶ୍ରମିକଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସୁବାସ ସିଂ। ମନରେଗା ଅଧିନରେ ବର୍ଷକୁ 200 ଦିନ କାମ ଶ୍ରମିକଙ୍କୁ ଯୋଗାଇଦେବାକୁ ଦାବି ରଖିଛନ୍ତି ସେ । ଅଧିକ ପଢନ୍ତୁ...

ମନରେଗାରେ 200 ଦିନ କାମ ଦେବାକୁ ରାଜ୍ୟସଭାରେ ଦାବି
ମନରେଗାରେ 200 ଦିନ କାମ ଦେବାକୁ ରାଜ୍ୟସଭାରେ ଦାବି

ନୂଆଦିଲ୍ଲୀ:ରାଜ୍ୟସଭାରେ ମନରେଗା ଶ୍ରମିକଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସୁବାସ ସିଂ । ସେ ମନରେଗା ଅଧିନରେ ବର୍ଷକୁ 200 ଦିନ କାମ ଶ୍ରମିକଙ୍କୁ ଯୋଗାଇଦେବାକୁ ଦାବି ରଖିଛନ୍ତି । ଏହାସହ ସର୍ବନିମ୍ନ ମଜୁରୀ 300 ଟଙ୍କା କରିବାକୁ ମଧ୍ୟ ସେ ଶୂନ୍ୟକାଳରେ କହିଛନ୍ତି ।

ମନରେଗା ଶ୍ରମିକଙ୍କ ପ୍ରସଙ୍ଗ ଉଠାଇ ସାଂସଦ କହିଛନ୍ତି, ‘ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର 3 ଜିଲ୍ଲାରେ ମନରେଗା ଶ୍ରମିକଙ୍କୁ 200 ଦିନର କାମ ଯୋଗାଇ ଦେଉଛନ୍ତି । ଏହାସହ ସର୍ବନିମ୍ନ ମଜୁରୀ 300 ଟଙ୍କା କରିଛନ୍ତି ।’

ତେଣୁ ସାରା ଦେଶରେ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରନ୍ତୁ ପ୍ରତି ମନରେଗା ଶ୍ରମିକଙ୍କୁ 200 ଦିନର କାମ ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସେହିପରି 300 ଟଙ୍କା ମଜୁରୀ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି, ବର୍ତ୍ତମାନ ମନରେଗା ଯୋଜନାରେ 100 ଦିନର କାମ ସରକାର ଯୋଗାଇ ଦେଉଛନ୍ତି । ସେହିପରି ମନରେଗାରେ ସର୍ବନିମ୍ନ ମଜୁରୀ 202 ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.