ETV Bharat / bharat

ପୁଣି ତେଜିଲା ମହାନଦୀ ଜଳ ବିବାଦ, ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ସସ୍ମିତ - mahanadi water dispute

ରାଜ୍ୟସଭାରେ ଉଠିଲା ଅନ୍ତଃରାଜ୍ୟ ନଦୀ ଜଳବିବାଦ ପ୍ରସଙ୍ଗ । ସଂସଦରେ ମହାନଦୀ ଏବଂ ଗୋଦାବରୀ ଜଳ ବିବାଦ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

BJD MP sasmit patra
ବିଜେଡି ସାଂସଦ ସସ୍ମିତ ପାତ୍ର
author img

By

Published : Feb 7, 2020, 12:15 PM IST

Updated : Feb 7, 2020, 5:06 PM IST

ଭୁବନେଶ୍ବର: ରାଜ୍ୟସଭାରେ ଉଠିଲା ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ପ୍ରସଙ୍ଗ । ରାଜ୍ୟସଭାରେ ମହାନଦୀ ଜଳ ବିବାଦ ଏବଂ ଗୋଦାବରୀ ଜଳ ବିବାଦ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ଜରିଆରେ ଉଭୟ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ପାତ୍ର ।

ପୁଣି ତେଜିଲା ମହାନଦୀ ଜଳ ବିବାଦ, ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ସସ୍ମିତ

ସେ କହିଛନ୍ତି, ଓଡିଶା ଜଳ ପାଇଁ ସଂଘର୍ଷ କରୁଛି । ଏହି ସଂଘର୍ଷ ଏବେ ଉଗ୍ରରୂପ ଧାରଣ କଲାଣି । 2016 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇଥିଲେ । ମହାନଦୀର ଉପରମୁଣ୍ଡରେ ଛତିଶଗଡ ବେଆଇନ ଭାବରେ ଅନେକ ପ୍ରକଳ୍ପ ଓ ବ୍ୟାରେଜ ନିର୍ମାଣ କରୁଛି । ଯାହାଦ୍ବାରା ଓଡିଶାକୁ ଭାରି ମାତ୍ରାରେ କ୍ଷତି ସହିବାକୁ ପଡୁଛି । ଏଥିଯୋଗୁଁ ଓଡିଶାର 2 କୋଟି ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ସସ୍ମିତ ପାତ୍ର ।

ସାଂସଦ ପୁଣି କହିଛନ୍ତି, ଏନେଇ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ମଧ୍ୟ ଗଠିତ ହେଲା । କିନ୍ତୁ ଇତି ମଧ୍ୟରେ 2 ବର୍ଷ ବିତିଗଲା ହେଲେ ସମସ୍ୟାର ସମାଧାନ ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ । ତେଣୁ ଏ ଦିଗରେ କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ ବୋଲି ବିଜେଡି ସାଂସଦ କହିଛନ୍ତି ।

ସେହିପରି ଆନ୍ଧ୍ରପ୍ରଦେଶର ପୋଲାଭରମଠାରେ ଗୋଦାବରୀ ନଦୀ ଉପରେ କରାଯାଉଥିବା ନଦୀବନ୍ଧ ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବହୁ ଲୋକ ବିସ୍ଥାପିତ ହେଉଛନ୍ତି । ବନ୍ୟା ବେଳେ ଅନେକ ଅଞ୍ଚଳ ବୁଡ଼ିବା ସହ କ୍ଷତିଗ୍ରସ୍ତ ହେବ । ପ୍ରକଳ୍ପ ଦ୍ବାରା 6000 ଆଦିବାସୀ ପ୍ରଭାବିତ ହେବେ । ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ରାଜ୍ୟ ବାରମ୍ବାର ଦାବି କରୁଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ତେଣୁ ଏଦିଗରେ ମଧ୍ୟ କେନ୍ଦ୍ର ସରକାର ଯତ୍ନଶୀଳ ହୁଅନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Feb 7, 2020, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.