ETV Bharat / bharat

କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିକୁ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସା

author img

By

Published : Dec 2, 2019, 8:57 PM IST

କେନ୍ଦ୍ର ସରକାରଙ୍କ କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସା। ଅନ୍ୟ ଦେଶ ତୁଳନାରେ ଭାରତର କର୍ପୋରେଟ ଟିକସ ଆଶାତୀତ ଭଲ ରହିଛି ବୋଲି କହିଛନ୍ତି ସେ।

reduction of corporate tax
କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିକୁ ଭର୍ତ୍ତୃହରିଙ୍କ ପ୍ରଶଂସା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସା। ଅନ୍ୟ ଦେଶ ତୁଳନାରେ ଭାରତର କର୍ପୋରେଟ ଟିକସ ଆଶାତୀତ ଭଲ ରହିଛି। କର (ସଂଶୋଧନ) ବିଧେୟକ ଆଲୋଚନା ସମୟରେ ଏହା କହିଛନ୍ତି ସେ ।

ନିକଟରେ ସରକାର କର୍ପୋରେଟ ଟ୍ୟାକ୍ସକୁ 30 ପ୍ରତିଶତରୁ 22 ପ୍ରତିଶତକୁ କମାଇଛନ୍ତି। ସରଜାର୍ଜ ଏବଂ ସେସ ସହିତ କମ୍ପାନୀକୁ 25.17 ପ୍ରତିଶତ ଟିକସ ଦେବାକୁ ପଡିବ। ଫଳରେ ନିବେଶ ବଢିବ।

କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିକୁ ଭର୍ତ୍ତୃହରିଙ୍କ ପ୍ରଶଂସା

ଏହି ଆଲୋଚନା ସମୟରେ ସେ ପ୍ରଶ୍ନ ମଧ୍ୟ ଉଠାଇଥିଲେ ଯେ, ‘ଏକ ମୁକ୍ତ ଅର୍ଥବ୍ୟବସ୍ଥାରେ ଉଚ୍ଚ କର୍ପୋରେଟ ଟିକସ ବୋଝ କିଏ ମୁଣ୍ଡାଏ? ପୁଞ୍ଜି ନା ଶ୍ରମିକ।’ ଏହାସହ ଟିକସ ଅଧିକ ବଢିଲେ ଏହା ଶ୍ରମିକଙ୍କ ଉପରେ ଅଧିକ ଚାପ ପକାଇଥାଏ ବୋଲି ସେ କହିଛନ୍ତି।

ଏହାସହ ଏହି ଆଲୋଚନାରେ ସେ ଭାଗ ନେଇ ଅନେକ ପ୍ରଶ୍ନ ସରକାରଙ୍କୁ ପଚାରିବା ସହ କିଛି ସଂଶୋଧନ ପ୍ରସ୍ତାବ ଦେଇଛନ୍ତି।

Intro:ରାଇରଙ୍ଗପୁର : ଅଧ୍ୟାପିକା ମୃତ ଘଟଣାରେ ତିନି ଜଣ ଗିରଫ ହୋଇଥିବା ବେଳେ ଆଉ ତିନି ଜଣ ଫେରାର ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତ ଶନିବାର ରାତିରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରୁ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯିବା ପରେ ଘଟଣାଟି ଏକ ଭିନ୍ନ ମୋଡ ନେଇଥିଲା।ମୃତ ଅଧ୍ୟାପିକା ଜଣକ ଭାଉଜଙ୍କ ଭାଇ ଙ୍କ ଦ୍ବାରା ଦୁଷ୍କର୍ମ ର ଶିକାର ହୋଇଥିବା ଜଣା ପଡିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ର କରି ଅକ୍ଟୋବର ୩୦ ତାରିଖ ଅଧ୍ୟାପିକା ଙ୍କ ପରିବାର ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଦୀର୍ଘ ମାସେ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁ କୁ ଗିରଫ କରିବାରେ ଝାରପୋଖରିଆ ପୋଲିସ ସଫଳ ହୋଇନଥିଲା। ପିଡିତାଙ୍କୁ ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟ ମାନେ ଫୋନ ଯୋଗେ ନାନାଦି ଧମକଚମକ ଦେଉଥିବାର ସୂଚନା ମିଳିଛି। ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ପରେ ବୋଧହୁଏ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରି ଥାଇ ପାରନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇ ଥାଇପାରେ। ତେବେ ତାହା ରାଇରଙ୍ଗପୁର ଟାଉନ ପୋଲିସ ର ତଦନ୍ତ ପରେ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ। ଅଧ୍ୟାପିକା ଙ୍କ ବାପା ଅଭିମନ୍ୟୁ ମଣ୍ଡଳ ଝିଅକୁ ମାରିଥିବା ନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁ କୁ କଟକ ରୁ ଗିରଫ କରାଯାଇଥିବା ବେଳେ ଗତକାଲି ରାଇରଙ୍ଗପୁର ଏସଡିପିଅ ସ୍ନେହାଶିଷ ସାହୁ ମୃତ ଅଧ୍ୟାପିକା ଙ୍କ କକା ପୁଅ ଦୁଇ ଭାଇ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳ ଙ୍କୁ ଝାରପୋଖରିଆ ଅଞ୍ଚଳରେ ଶ ଗିରଫ କରି ରାଇରଙ୍ଗପୁର ଟାଉନ ଥାନାକୁ ଆଣିଥିଲେ। ସୁଜିତ ମଣ୍ଡଳ ରାଇରଙ୍ଗପୁର ଏସଡିଜେଏମ କୋର୍ଟ ର ଜଣେ କାର୍ଯ୍ୟରତ ଜୁନିୟର କ୍ଲାର୍କ ବୋଲି ଜଣାପଡିଛି। ଆଜି ଉଭୟ ଦେବବ୍ରତ ଓ ସୁଜିତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଅନ୍ୟ ତିନି ଜଣ ଅଭିଯୁକ୍ତ ଙ୍କ ମଧ୍ୟରେ ଭାଉଜ ମିନ୍ମୟୀ ସାହୁ, ରତିକାନ୍ତ ସାହୁ ଓ ଶୈଳବାଳା ସାହୁ ଫେରାର ଥିବା ଜଣାପଡିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.