ଡେରାଡୁନ: ଉତ୍ତର ଭାରତରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏପରିକି ବିହାର 30ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଛି । ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ତୁଷାରପାତ କାରଣରୁ କେଦାରନାଥ ଯାତ୍ରା ବେଶ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଫଳରେ କେଦାରନାଥକୁ ଯାତ୍ରୀଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏହା ସହିତ ବର୍ଷା ଏବଂ ତୁଷାରପାତ କାରଣରୁ ଅସ୍ବାଭାବିକ ଭାବେ ତାପମାତ୍ରା ମଧ୍ୟ କମିଥିବାର ଦେଖିବାକୁ ମିଳିଛି ।
ଏହା ସହିତ କେଦାରନାଥର ଉନ୍ନତିକରଣ କାମରେ ମଧ୍ୟ ବ୍ୟାପକ ଭାବେ ବାଧା ଦେଖା ଦେଇଛି । ବର୍ଷା ଋତୁର ଅନ୍ତିମ ଭାଗରେ ବ୍ୟାପକ ଭାବେ ତୀର୍ଥଯାତ୍ରୀଙ୍କ ବୃଦ୍ଧି ପାଇଥିଲା । ମାତ୍ର ପୁନର୍ବାର ବର୍ଷା କାରଣରୁ ତୀର୍ଥଯାତ୍ରାରେ ବାଧା ଉପୁଜିଛି । ଯାତ୍ରୀମାନେ କେଦାରନାଥ ଯିବା ଏକ ପ୍ରକାର ବନ୍ଦ ହୋଇଯାଇଛି ।
କେବଳ ତୀର୍ଥ ଯାତ୍ରା ବାଧା ଉପୁଜୁଛି ନାହିଁ । ଏଠାକୁ ଆସୁଥିବା ହେଲିକପ୍ଟର ଯିବା ଆସିବାରେ ମଧ୍ୟ ବାଧା ଉପୁଜିଛି । ପାଗ ଖରାପ କାରଣରୁ ଏଠାକୁ ଆସୁଥିବା ହେଲିକପ୍ଟର ମଧ୍ୟ ଉଡ଼ାଣ ଭରିବାରେ ବାଧା ସୃଷ୍ଟି ହୋଇଛି । କେଦାରନାଥରେ ପାଣିପାଗ ଅତ୍ୟନ୍ତ ଖରାପ ରହିଥିବା ହେଲିକପ୍ଟର ଯାତ୍ରା ମଧ୍ୟ କରିପାରୁନାହିଁ । ତେବେ ପାଣିପାଗରେ ସୁଧାର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ।