ETV Bharat / bharat

ବନ୍ଧୁଙ୍କ ପାଇଁ କେକ୍ ତିଆରି କଲେ ବିଲ ଗେଟ୍ସ - ବିଲ ଗେଟ୍ସ

ଦୁନିଆରେ ବନ୍ଧୁତ୍ବଠାରୁ ବଡ ସମ୍ପର୍କ ଆଉ କିଛି ନାହିଁ । ବନ୍ଧୁତା ଏକ ଏପରି ସମ୍ପର୍କ ଯେଉଁଥିରେ କୌଣସି ସୀମା ନଥାଏ । ଗୋଟିଏ ଉତ୍ତମ ବନ୍ଧୁ ଜୀବନକୁ ସାର୍ଥକ କରିଥାଏ । ଯାହାର ଉଦାହରଣ ଦେଇଛନ୍ତି ମାଇକ୍ରୋସପ୍ଟ ସହ ପ୍ରତିଷ୍ଠାତା ବିଲ ଗେଟ୍ସ ।

bill gates make cake for his friend
ବନ୍ଧୁଙ୍କ ପାଇଁ କେକ୍ ପ୍ରସ୍ତୁତ କଲେ ବିଲ ଗେଟ୍ସ
author img

By

Published : Aug 31, 2020, 9:51 AM IST

ୱାଶିଂଟନ: ଦୁନିଆରେ ବନ୍ଧୁତ୍ବଠାରୁ ବଡ ସମ୍ପର୍କ ଆଉ କିଛି ନାହିଁ । ବନ୍ଧୁତା ଏକ ଏପରି ସମ୍ପର୍କ ଯେଉଁଥିରେ କୌଣସି ସୀମା ନଥାଏ । ଗୋଟିଏ ଉତ୍ତମ ବନ୍ଧୁ ଜୀବନକୁ ସାର୍ଥକ କରିଥାଏ । ଯାହାର ଉଦାହରଣ ଦେଇଛନ୍ତି ମାଇକ୍ରୋସପ୍ଟ ସହ ପ୍ରତିଷ୍ଠାତା ବିଲ ଗେଟ୍ସ ।

ଆଜି ବିଲ ଗେଟ୍ସ ଟ୍ବିଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ବନ୍ଧୁ ୱାରେନ ବଫେଟଙ୍କ ପାଖରେ ବସିଥିବା ଆପଣ ଦେଖିପାରିବେ । ଏଥିସହ ସାମ୍ନାରେ ଏକ ଗ୍ଲାସରେ କେକ୍ ମଧ୍ୟ ରଖାଯାଇଥିବା ଦେଖିବେ ।

bill gates make cake for his friend
ବନ୍ଧୁଙ୍କ ପାଇଁ କେକ୍ ପ୍ରସ୍ତୁତ କଲେ ବିଲ ଗେଟ୍ସ

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାମ୍ନାରେ ଥିବା କେକ୍ ବିଲ ଗେଟ୍ସ ନିଜ ବନ୍ଧୁ ୱାରେନଙ୍କ 90 ତମ ଜନ୍ମ ଦିବସ ଉପଲକ୍ଷେ ନିଜ ହାତରେ ପ୍ରସ୍ତୁତ କରିଛନ୍ତି । ଯାହାର ଭିଡିଓ ସେ ଟ୍ବିଟରେ ସେୟାର ମଧ୍ୟ କରିଛନ୍ତି ।

ଏଥିସହ ବିଲଗେଟ୍ସ ଟ୍ବିଟରରେ ବନ୍ଦୁ ୱାରେନଙ୍କ ପାଇଁ ଏକ ମେସେଜ ମଧ୍ୟ ଲେଖିଛନ୍ତି, ୱାରେନ ବଫେଟଙ୍କ ଠାରୁ ମୁଁ ଶିଖିଥିବା ସମସ୍ତ କଥା ମଧ୍ୟରୁ ପ୍ରକୃତ ବନ୍ଧୁତାର ଅର୍ଥ କଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଟେ । ମୋ ଜୀବନରେ ସେ ଜଣେ ଏପରି ବ୍ୟକ୍ତିତ୍ବ ଯାହାଙ୍କୁ ମୁଁ ବହୁତ ପସନ୍ଦ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.