ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । କୃଷି ବିଲ 2020 ଓ ବିଦ୍ୟୁତ ସଂଶୋଧନ ବିଲ ବିରୋଧରେ ସଙ୍କଳ୍ପ ପତ୍ର ଆଣିଲେ ପଞ୍ଜାବ ସରକାର । ବିଧାନସଭାରେ ଏହି ବିଧେୟକକୁ ଉପସ୍ଥାପନା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେନ୍ଦ୍ର ସରକାରଙ୍କୁ କୃଷି ଆଇନକୁ ବାତିଲ କରିବାକୁ ଜୋର ଦେଇଛନ୍ତି ଅମରିନ୍ଦର ।
ସୋମବାର ଅଧିବେଶନ ମାତ୍ର 35 ମିନିଟ ଚାଲିଥିଲା । ଫଳରେ କୃଷି ଆଇନ ବିରୋଧରେ ବିଧେୟକ ଆଣିବା ଉପରେ ଗୋଟିଏ ଦିନ ସ୍ଥିଗତ ରଖିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଯାହାକୁ ନେଇ ବିରୋଧୀଙ୍କ ମଧ୍ୟ ହୋହାଲ୍ଲା କରିବା ସହ ହଙ୍ଗାମା କରିଥିଲେ । ଆମ ଆଦମୀ ପାର୍ଟିର ସଦସ୍ୟ ବିଧାନସଭାରେ ଭିତରେ ଧାରଣା ଦେଇଥିଲେ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ବାରା 3ଟି କୃଷି ବିଲକୁ ସଂସଦରେ ପାରିତ ହେବା ପରେ ଏହା ଏବେ ଆଇନରେ ପରିଣତ ହୋଇଛି । ଏହି ତିନୋଟି ବିଲକୁ ନେଇ ପଞ୍ଜାବ ଜୋରଦାର ବିରୋଧ କରାଯାଉଛି । ବିଲ ପାସ ଓ ପରେ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଏବେ ବି କିଶାନ ସଙ୍ଗଠନ ଧାରଣା ଦେବା ସହ ବିଲକୁ ଉଚ୍ଛେଦ କରିବାକୁ ଦାବି କରୁଛନ୍ତି ।