ETV Bharat / bharat

ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ବିଭିନ୍ନ ଆଲୋଚନା ହୋଇଥିବା ଭାରତୀୟ ବୈଦେଶିକ ବିଭାଗ କହିଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ ଜାଫନା ସାଂସ୍କୃତିକ କେନ୍ଦ୍ର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ...

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଆଲୋଚନା

author img

By

Published : Sep 26, 2020, 7:43 PM IST

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦେଶର ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ସମ୍ପର୍କ ନେଇ ଆଲୋଚନା କରିଛନ୍ତି । ପିଏମ ମୋଦି ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ ସାମଲ ହୋଇଥିଲେ । କୋରୋନା ମୁକାବିଲା ଦିଗରେ ଗ୍ରହଣ ହୋଇଥିବା ପଦକ୍ଷେପ ନେଇ ଆଲୋଚନା ହୋଇଥିଲା । ଏହାସହ ଦୁଇ ଦେଶର ସାଂସ୍କୃତିକ ଓ ଆର୍ଥିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଆଲୋଚନା
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଆଲୋଚନା

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ବିଭିନ୍ନ ଆଲୋଚନା ହୋଇଥିବା ଭାରତୀୟ ବୈଦେଶିକ ବିଭାଗ କହିଛି । ସମ୍ପ୍ରତି କୋଭିଡ ମହାମାରୀ ସମୟରେ ଭର୍ଚୁଆଲ ମଧ୍ୟରେ ଦୁଇ ଦେଶର ନେତା ଦ୍ବିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧତା ଦେଖାଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଭାରତୀୟ ମହାସାଗର ଅଞ୍ଚଳର ଯୁଗ୍ମ ସଚିବ ଅମିତ ନାରାଙ୍ଗ ଏହା କହିଛନ୍ତି ।

ଭାରତ ଏବଂ ଶ୍ରୀଲଙ୍କା ଦ୍ବିପାକ୍ଷିକ ଆର୍ଥିକ ସହଯୋଗକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି । ତଥା COVID19 ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ମୁକାବିଲା ପାଇଁ ଭାରତ ସରକାର ଶ୍ରୀଲଙ୍କାର ସେଣ୍ଟ୍ରାଲ ବ୍ୟାଙ୍କକୁ 400 ନିୟୁତ ଡଲାର ମୁଦ୍ରା ସୁବିଧା ବୃଦ୍ଧି କରିଛନ୍ତି ବୋଲି ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଭାରତ-ଶ୍ରୀଲଙ୍କା ଭର୍ଚୁଆଲ୍ ଦ୍ବିପାକ୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ବୌଦ୍ଧ ଧର୍ମ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ 15 ମିଲିୟନ୍ ଆମେରିକୀୟ ଡଲାରର ସହାୟତା ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର କୁଶିନଗରର ସହ ଶ୍ରୀଲଙ୍କାକୁ ଯୋଡିବା ପାଇଁ ବିମାନ ସେବା ଆରମ୍ଭ କରାଯିବ । ଉଦଘାଟନ ଉତ୍ସବରେ ଶ୍ରୀଲଙ୍କାରୁ ପ୍ରଥମ ବୌଦ୍ଧ ତୀର୍ଥଯାତ୍ରୀଙ୍କ ଏକ ପ୍ରତିନିଧି ଦଳ ବିମାନରେ ଆସିବେ ।

ଏହି ଅବସରରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ ଭାରତ ସହଯୋଗରେ ନିର୍ମାଣ କରାଯାଉଥିବା ଜାଫନା ସାଂସ୍କୃତିକ କେନ୍ଦ୍ର ବିଷୟରେ ଏକ ବିଶେଷ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ପ୍ରାୟ ପ୍ରସ୍ତୁତ ହୋଇଯାଇଛି ଏବଂ ପ୍ରଧାନମନ୍ତ୍ରୀ ରାଜପାକ୍ଷେ ଏହି ପ୍ରକଳ୍ପର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଛନ୍ତି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବହୁ ପୂର୍ବରୁ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ ରହିଆସିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.