ପାଟନା: ବାହାଘରକୁ ଅତିଥିଙ୍କୁ ନିମନ୍ତ୍ରଣ କରିବା ସହ ବର କନ୍ୟାଙ୍କୁ ଆର୍ଶିବାଦ ଦେବା ପାଇଁ ବାହାଘର କାର୍ଡ ଛପା ଯାଇଥାଏ। ବିହାରର ସିୱାନରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ବିବାହ କାର୍ଡରେ କନ୍ୟା ପିତା ବନ୍ଧୁବାନ୍ଧବଙ୍କୁ କିଛି ଉପହାର ମାଗି ନାହାନ୍ତି । ବରଂ ଆଗାମୀ ଲୋକସଭା ନିର୍ବାଚନରେ ମୋଦିଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
ସୂଚନା ଅନୁସାରେ, ଅଶୋକ ସିଂ ନାମକ ଏହି ବ୍ୟକ୍ତି ଜଣକ ମୋଦିଙ୍କ ବଡ ସମର୍ଥକ । ତେଣୁ ସେ ନିଜର ଝିଅର ବିବାହରେ ନିମନ୍ତ୍ରିତ ଅତିଥିଙ୍କୁ ଉପହାର ବଦଳରେ ଆଗାମୀ ନିର୍ବାଚନରେ ମୋଦିଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଯାହା ତାଙ୍କ ଅଲିଅଳି ଝିଅ ପାଇଁ ସବୁଠୁ ଦାମି ଉପହାର ।
ଏହାସହ କାର୍ଡର କଭର ପେଜରେ ଲେଖାଯାଇଛି କି, ଦେଶର ଉଜ୍ୱଳ ଭବିଷ୍ୟତ ପାଇଁ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦିଅନ୍ତୁ ଯାହା ମୋ ଝିଅ ପାଇଁ ଶୁଭକାମନା ହେବ । ଏହି ବିବାହ ଉତ୍ସବ ମାର୍ଚ୍ଚ 12 ତାରିଖରେ ଅନୁଷ୍ଠିତ ହେବ ।