ନୂଆଦିଲ୍ଲୀ: ବଢୁଛି ମୋଦି ପ୍ରେମୀଙ୍କ ସଂଖ୍ୟା। ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ପଦକୁ ଫେରୁଥିବା ନେଇ ଖୁସିରେ ଦିଲ୍ଲୀରେ ଚା' ବିକୁଛନ୍ତି ବିହାରର ଚା' ବିକାଳୀ ଅଶୋକ । ନିର୍ବାଚନ ଫଳାଫଳ ଆସିବା ପରଠାରୁ ସେ ଖୁବ ଖୁସି ଅଛନ୍ତି । ତେବେ ଗୁରୁବାର ମୋଦିଙ୍କର ଥିଲା ଶପଥ ଗ୍ରହଣ । ଦ୍ବିତୀୟ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ।
ଏହି ଅବସରରେ ବିହାର ମୁଜାଫାରନଗରରୁ ଅଶୋକ ଦିଲ୍ଲୀରେ ପହଞ୍ଚି ଚା' ବିକ୍ରି କରିଛନ୍ତି । କେବଳ ଏତିକି ନୁହେଁ ସେ ନିଜ ଦେହରେ ମୋଦିଙ୍କ ଫଟୋ ଚିତ୍ର ବନାଇ ନମୋ ଲେଖି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଦିଲ୍ଲୀର ଗଳିଗଳି ବୁଲି ସେ ଚା’ ବିକିବା ସହ ସ୍ବଚ୍ଛତାକୁ ଆଖିରେ ରଖି ସାଥିରେ ଡଷ୍ଟବିନ ମଧ୍ୟ ନେଇ ବୁଲୁଥିବା ଦେଖିବାକୁ ମିଳିଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ନିଜେ ମାନିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସେ ଏପରି କରୁଥିବା କହିଛନ୍ତି ।